www.samajalive.in
Monday, December 15, 2025
24.1 C
Bhubaneswar

ନକ୍ସଲ ଆକ୍ରମଣରେ ୨ ଯବାନ ଶହୀଦ: ‘ବଳିଦାନ ବ୍ୟର୍ଥ ଯିବ ନାହିଁ’ କହିଲେ ବଘେଲ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁରେ ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଘଟଣା ଘଟିଛି ରାଜନନ୍ଦଗାଓଁ ଜିଲାର ବୋରତଲାଓ ଥାନା ଅଞ୍ଚଳରେ। ବୋରତଲାଓ ଥାନା ନିକଟସ୍ଥ ଗୋନ୍ଦିଆ-ମହାରାଷ୍ଟ୍ର ସୀମାରେ ଅବସ୍ଥିତ ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବାବେଳେ ହଠାତ୍ ଜଙ୍ଗଲରୁ ଆସି ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନ ଦ୍ବୟ ହାବିଲଦାର ରାଜେଶ ଓ କନଷ୍ଟେବଳ ଲଲିତ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ୮ଟା ୩୦ ସମୟରେ ଯବାନମାନେ ଚେକ୍‌ ପୋଷ୍ଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ନକ୍ସଲମାନେ ହଠାତ୍‌ ଗୁଳି ଚାଳନା କରିଥିଲେ। ଏଥିରେ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ। ଏଥିସହ ସେମାନେ ବାଇକ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇବା ମାତ୍ରେ ଅତିରିକ୍ତ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରାଯାଉଛି। ବର୍ତ୍ତମାନ ପୁଲିସ ଦ୍ୱାରା ନକ୍ସଲମାନଙ୍କ ସଂଖ୍ୟା ଏବଂ ଘଟଣା କିପରି ଘଟିଲା ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରାଯାଉଛି।

- Advertisement -

ଅପରପକ୍ଷେ, ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନକ୍ସଲ ହିଂସାରେ ଦୁଇ ଯବାନଙ୍କ ଶହୀଦ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ନକ୍ସଲ ଆକ୍ରମଣ ଘଟଣାକୁ ସେ ଦୃଢ ନିନ୍ଦା କରିଛନ୍ତି। ଶହୀଦଙ୍କ ପରିବାରଙ୍କୁ ସମବେଦନା ଜଣାଇ ବଘେଲ କହିଛନ୍ତି, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories