ଆମେରିକାରେ ଦୁର୍ଘଟଣା: ଦୁଇ ଭାରତୀୟ ଛାତ୍ର ମୃତ

ୱାଶିଂଟନ : ଆମେରିକାର ଦକ୍ଷିଣ-ପଶ୍ଚିମ ଆରିଜୋନା ପ୍ରଦେଶର ଫୋନିକ୍ସ ସହରରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ର ହେଉଛନ୍ତି ମୁକ୍କା ନିଭେସ ଓ ଗୌତମ ପାର୍ସ। ଉଭୟଙ୍କ ବୟସ ୧୯ ବର୍ଷ ହୋଇଥିବାବେଳେ ସେମାନେ ତେଲଙ୍ଗାନାର ବାସିନ୍ଦା। ଆରିଜୋନା ପୁଲିସର କହିବା ଅନୁଯାୟୀ ଏପ୍ରିଲ ୧୯ରେ ଭାରତୀୟ ଛାତ୍ର ଦୁଇଜଣ ଯାଉଥିବା କାର୍‌କୁ ଆଉ ଏକ କାର୍ ଧକ୍କା ଦେଇଥିଲା। ଏଥିରେ ଛାତ୍ର ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାର ଚାଳକ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଦୁଇରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିଲା। ମୃତ ଦୁଇ ଛାତ୍ର ଆରିଜୋନା ଷ୍ଟେଟ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢୁଥିଲେ।

Comments are closed.