www.samajalive.in
Saturday, December 6, 2025
23.1 C
Bhubaneswar

ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା: ବୁଡିଲା ରାସ୍ତାଘାଟ, ଘରେ ଜମିଲା ପାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ଲଗାଣ ବର୍ଷା। ମୁମ୍ବାଇ, ପୁଣେ , ପାଲଘର ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତ ୪୮ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡିଯାଇଛି। ଲୋକଙ୍କ ଘରେ ମଧ୍ୟ ଅଣ୍ଟାଏ ଅଣ୍ଟାଏ ପାଣି ଜମି ରହିଛି। ଯାହାଫଳରେ ଜନଜୀବନ ପ୍ରଭାବିତ ହେବା ସହ ଗମନାଗମନରେ ସମସ୍ୟା ଉପୁଜିଛି। ପାଲଘର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଓ କଲେଜ ବନ୍ଦ ରଖିଛି ପ୍ରଶାସନ। ସେପଟେ ମୁମ୍ବାଇର ଅନ୍ଧେରୀ ଏବଂ ଚିମ୍ବୁର ଅଞ୍ଚଳରେ ପାଣି ଜମିଛି। ପ୍ରବଳ ବର୍ଷା ଯୋଗୁଁ କଡକଭାସଲ ଡ୍ୟାମ୍ ଖୋଲା ଯାଇଥିବାରୁ ତଳମୁଣ୍ଡର ମୋଲମଥା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଡ୍ୟାମରୁ ଏବେ ସେକେଣ୍ଡକୁ ୧୦ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଅନ୍ୟପଟେ ମୁଲାମଥା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ସହର ତଳି ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories