www.samajalive.in
Saturday, December 6, 2025
14.1 C
Bhubaneswar

ପୋଖରୀରେ ବୁଡି ଭାଇଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ବୁଡି ଦୁଇ ଭାଇ ଭଉଣୀ ମୃତ, ଜଣେ ଗୁରୁତର। ଗଞ୍ଜାମ ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ପଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ବାପା ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ମୃତ ଭାଇର ବୟସ ୬ ବର୍ଷ ହୋଇଥିବାବେଳେ ଭଉଣୀର ବୟସ ୩ ବର୍ଷ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories