www.samajalive.in
Tuesday, November 18, 2025
16.1 C
Bhubaneswar

ବର୍ଷା ଯୋଗୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଆମିର ଖାନଙ୍କ ଥ୍ରୀ ଇଡିଅଟ୍‌ସ ପରି ମହିଳାଙ୍କର ହେଲା ପ୍ରସବ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶର ଜୋରାଓ୍ବାଡ଼ି ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ଆମିର ଖାନଙ୍କ ହିନ୍ଦୀ ଚଳଚ୍ଚିତ୍ର ଥ୍ରୀ ଇଡିଅଟ୍‌ସ ଢଙ୍ଗରେ କରାଯାଇଛି। ଗତ ମଙ୍ଗଳବାର ଗାଁର ରବୀନା ନାମ୍ନୀ ଜଣେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁ ଗାଁ ନାଳରେ ପାଣି ବଢ଼ିବାରୁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ରହିଥିଲା। ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ସରକାରୀ ଡାକ୍ତରଖାନାର ଡାକ୍ତର ମନୀଷା ସିରସାମଙ୍କୁ ଅବଗତ କରାଯାଇଥିଲା।

ଡାକ୍ତର ବିଳମ୍ବ ନ କରି ତୁରନ୍ତ ସେହି ଅଞ୍ଚଳର ଆଶା କର୍ମୀଙ୍କୁ ଫୋନ କରି କଥା ହେବା ସହିତ ଗାଁର ଜଣେ ପ୍ରଶିକ୍ଷିତ ଦାଇଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଉକ୍ତ ମହିଳାଙ୍କ ଘରକୁ ପଠାଇଥିଲେ। ଏହା ପରେ ଡାକ୍ତର ମନୀଷା ଫୋନରେ ରହି ଦାଇଙ୍କୁ ପ୍ରସବ ବିଷୟରେ ଗୋଟିଏ ପରେ ଗୋଟିଏ କଥା କହି ଚାଲିଥିଲେ ଏବଂ ଦାଇ ସେହି ଅନୁସାରେ କାର୍ଯ୍ୟ କରିଚାଲିଥିଲେ। ଶେଷରେ ମହିଳାଙ୍କର ସୁରକ୍ଷିତ ପ୍ରସବ କରାଯାଇଥିଲା। ମହିଳା ଜଣକ ଯାଁଆ ସନ୍ତାନ ଜନ୍ମ ଦେଇଥିଲେ। ନାଳରେ ବର୍ଷାଜଳ କମିବା ପରେ ମା’ ଓ ନବଜାତ ଶିଶୁଦ୍ଵୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ଥିବା ଡାକ୍ତର କହିଛନ୍ତି।

- Advertisement -

ଏ ସମ୍ପର୍କରେ ଡାକ୍ତର ମନୀଷା କହିଛନ୍ତି, ରବୀନାଙ୍କୁ ହଠାତ ପ୍ରସବ ଯନ୍ତ୍ରଣା ହୋଇଥିଲା। ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଫଳରେ ସେ ଆଶା କର୍ମୀଙ୍କ ସହିତ କଥା ହୋଇ ଗାଁର ଜଣେ ପ୍ରଶିକ୍ଷିତ ଦାଇ ରେଶନା ବଂଶକାରଙ୍କୁ ରବୀନାଙ୍କ ଘରକୁ ପଠାଯାଇଥିଲା। କୌଣସି ଉପାୟ ନ ଥିବାରୁ ଫୋନ ଜରିଆରେ ତାଙ୍କ ସହିତ ଯୋଗାଯୋଗ ରକ୍ଷା କରି ପ୍ରସବ କରାଇବାକୁ ବାଧ୍ୟ ହୋଇଥିଲି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories