୪୦୦ ଯମଜଙ୍କ ଗ୍ରାମ ‘କୋଡିନହି’

0

ନୂଆଦିଲ୍ଲୀ : କେରଳରେ ଏଭଳି ଏକ ଗ୍ରାମ ଅଛି ଯେଉଁଠାରେ ୪୦୦ରୁ ଅଧିକ ଲୋକ ଦେଖିବାକୁ ଏକାପରି। ଅର୍ଥାତ ଗ୍ରାମରେ ୪୦୦ରୁ ଅଧିକ ଯମଜ ଅଛନ୍ତି। ଗ୍ରାମରେ ଏଭଳି ଯମଜଙ୍କ ଜନ୍ମକୁ ଦେଖି ବୈଜ୍ଞାନିକାମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି। କୋଚିଠାରୁ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମର ନାମ ‘କୋଡିନହି’। ଏହି ଗ୍ରାମରେ ଯମଜ ସନ୍ତାନଙ୍କ ଜନ୍ମ ବିଶ୍ୱ ହାରଠାରୁ ୭ଗୁଣ ଅଧିକ। ମୁଲ୍ଲାପୁରମ ଜିଲା ତିରୁରଙ୍ଗାଧି ନିକଟରେ ଏହି ଗ୍ରାମ ଅବସ୍ଥିତ। ୨୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ପ୍ରତ୍ୟେକ ଘରେ ଯମଜ ଅଛନ୍ତି। ଛୁଆଠାରୁ ବୁଢା ପର୍ଯ୍ୟନ୍ତ ଏଠାରେ ୪୦୦ରୁ ଅଧିକ ଯମଜ ଅଛନ୍ତି। ବିଶ୍ୱ ହାର ଅନୁସାରେ୧,୦୦୦ ଶିଶୁରୁ ମାତ୍ର ୬ଟି ଯମଜ ଜନ୍ମ ହୋଇଥାନ୍ତି। ମାତ୍ର ଏଠାରେ ୧,୦୦୦ ଶିଶୁଙ୍କ ମଧ୍ୟରୁ ୪୨ ଯମଜ ଜନ୍ମ ହୋଇଥାନ୍ତି। ଗ୍ରାମ ପ୍ରବେଶ ପଥରେ ‘ଭଗବାନଙ୍କ ନିଜ ଯମଜ ଗ୍ରାମ’ ବୋଲି ଲେଖାଯାଇଥିବା ନୀଳ ରଙ୍ଗର ଏକ ସାଇନବୋର୍ଡ ଦେଖିବାକୁ ମିଳେ। ଗ୍ରାମର ୮୫% ଲୋକ ମୁସଲମାନ ସମ୍ପ୍ରଦାୟର। ଉଭୟ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ଲୋକଙ୍କ ପରିବାରରେ ଯମଜ ସନ୍ତାନ ଜନ୍ମ ହେଉଛନ୍ତି। ପ୍ରାୟ ୭୦ ବର୍ଷ ଧରି ଏହି ଘଟଣାକ୍ରମ ଜାରି ରହିଛି ବୋଲି ଗ୍ରାମର ସରପଞ୍ଚ ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ୭୦ ବର୍ଷ ବୟସ୍କ ଯମଜ ଭଉଣୀ ଅଛନ୍ତି। କାହିଁକି ଏହି ଗ୍ରାମରେ କେବଳ ଯମଜ ସନ୍ତାନ ଜନ୍ମ ହେଉଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave A Reply