ଗଛରେ ଝୁଲନ୍ତା ଅଚିହ୍ନା ମୃତ ଦେହ ଉଦ୍ଧାର, ପୁଲିସ ରୁଜୁ କଲା ହତ୍ୟା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲା ତୁରେକେଲା ଥାନା ଅନ୍ତର୍ଗତ ମହୁଲପାଟି ଗ୍ରାମରେ ଗତକାଲି ପାଣ୍ଡେପଡା କ୍ଷେତ ମୁଣ୍ଡରେ ଥିବା ଏକ ମୁଣ୍ଡା(ପୋଖରୀ) ନିକଟରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଅଚିହ୍ନା ମୃତଦେହ ଉଦ୍ଧାର କରାଯାଇଥିଲା। କେହି ତାଙ୍କୁ ହତ୍ୟା କରି ବେକରେ ରଶି ଲଗାଇ ଗଛରେ ରକ୍ତ ଜୁଡ଼ ବୁଡ଼ ଅବସ୍ଥାରେ ଟାଙ୍ଗୀ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତୁରେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲା। ଆଜି ସକାଳେ ଏକଜୁକୁଟିଭ ମାଜିଷ୍ଟ୍ରେଟ କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆଙ୍କ ଉପସ୍ଥିତିରେ ମୃତଦେହକୁ ଗଛରୁ ଓଲ୍ଲାଇ ଦିଆଯାଇଥିଲା। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପାରିପାର୍ଶିକ ତଦନ୍ତ ସହ ପଞ୍ଚନାମା କରାଯାଇଥିଲା। ଏହାପରେ କଣ୍ଟାବାଞ୍ଜି ଡାକ୍ତର ଖାନାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏବେ ମୃତଦେହକୁ, ଡାକ୍ତର ଖାନା ଫ୍ରିଜରରେ ରଖାଯାଇଛି। ତୁରେକେଲା ଭାରପ୍ରାପ୍ତ ଥାନାଧିକାରୀ ପ୍ରଣୟ ମୁର୍ମୁ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି ଏବଂ ଏହି ହତ୍ୟା ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।.

Comments are closed.