ଫୁଲବାଣୀ (ତୁମୁଡିବନ୍ଧ) : ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦର ସଭାପତି ବିଭୁତି ଭୂଷଣ ମଲ୍ଲିକ, ମାତୃ ଭାରତୀର ସଭାପତି ମଧୁସ୍ମିତା ବେହେରା, ପୂର୍ବତନ ମାତୃ ଭାରତୀ ସଭାପତି ତଥା ନେତାଜୀ ସୁଭାଷ ବୋଷ ଡିଗ୍ରୀ କଲେଜର ଶିକ୍ଷା ବିଭାଗ ଶିକ୍ଷୟିତ୍ରୀ ସ୍ଵାଗତିକା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ। ପରେ ପରେ ଶିଶୁ ମାନେ କୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା, ରାଧାରାଣୀ, ରୋହିଣୀ, ଦେବକି, ବସୁଦେବ, ଉଗ୍ରସନ, କଂସ, ଚାଣୁର ମୂଷିକ, ସୁଦାମା, ତଥା ଗୋପ ବାଳକ ଓ ଗୋପ ନାରୀ ଆଦି ବେଶରେ ବିରାଟ ପଟୁଆରରେ ସହର ପରିକ୍ରମା କରିଥିଲେ।
Related Posts
ଏହି ଅବସରରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ତାଙ୍କ ପୁଣ୍ୟ ବଳିଦାନ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରିଚାଳନା ସମିତିର ଉପସଭାପତି ପ୍ରସନ୍ନ କୁମାର ସାହୁ ନିଜ ବାସଭବନରେ ବାଳ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ସଭାପତି ପୁରୁଷୋତ୍ତମ ଲେଙ୍କା, ସଦସ୍ୟ ସୁଶାନ୍ତ ପାତ୍ର, କୈଳାଶ ଚନ୍ଦ୍ର ପାଢ଼ୀ, ଶରତ ଚନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ସହ ସମ୍ପାଦକ ଶ୍ରୀ ମୁରଲୀଧର ମହାପାତ୍ର, ମାତୃ ଭାରତୀ ସମ୍ପାଦିକା ପ୍ରଶାନ୍ତି ସାହୁଓ ମାତୃ ଭାରତୀର ସଦସ୍ୟା ମାନେ, ଅଖିଳ ଭାଇ, ପ୍ରକାଶ ଚନ୍ଦ୍ର ଲେଙ୍କା, ଯଶୋବନ୍ତ ପ୍ରଧାନ, ଲବକିଶୋର ପାତ୍ର, ପରେଶ ନାୟକ, ସୁମନ ଶେଖର ନାୟକ ସମେତ ଆଚାର୍ଯ୍ୟା ସସ୍ମିତା ପଣ୍ଡା, ଜ୍ୟୋତ୍ସ୍ନାରାଣୀ କହଁର, ଜ୍ୟୋତ୍ସ୍ନା ରାଣୀ ପାତ୍ର, ସ୍ନେହଲତା ଲେଙ୍କା, ଯଶୋଦା ପାତ୍ର, କେତକୀ ନାୟକ, ସୁନେଲି ନାୟକ ପ୍ରମୁଖ ସହଯୋଗ କରିଥିଲେ।
Comments are closed.