ବେଲ ଓ ତୁଳସୀର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

0

ପୂଜାରେ ବେଲ ପତ୍ର ଓ ତୁଳସୀ ପତ୍ରର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଅଟେ। ପୂଜା ବ୍ୟତୀତ ଏହା ବହୁ ରୋଗର ମଧ୍ୟ ମହୌଷଧି ଅଟେ। ଏହାକୁ ଖାଇବା ଦ୍ୱାରା ବହୁ ରୋଗରୁ ସଭିଏଁ ମୁକ୍ତି ପାଇଥାଆନ୍ତି।
ବେଲ ପତ୍ର ଶରୀରର ପାଚନ ପାଇଁ ଖୁବ ଉପକାରୀ ଅଟେ। ଏହାକୁ ନିୟମିତ ଖାଲି ପେଟରେ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ରୋଗରୁ ମୁକ୍ତି ମିଳିଥାଏ।
ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ରର ରସକୁ ପିଇବା ଦ୍ୱାରା ମଧୁମେୟ (ଡ଼ାଇବେଟିସ ) ଗୋଗର ମାତ୍ରା ନ ବଢି ସାଧାରଣ ଅବସ୍ଥାରେ ରହିଥାଏ।
ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ତୁଳସୀ ପତ୍ର – ଏହାକୁ ଥଣ୍ଡା ସମୟରେ ମହୁ ସହ ଖାଇଲେ ଏହା ବହୁ ଉପକାର ମିଳିିଥାଏ। ଏତଦ୍‍ବ୍ୟତୀତ ବ୍ରଣର ଦାଗ ମୁହଁରୁ ଦୂର କରିବାକୁ ହେଲେ ନିୟମିତ ତୁଳସୀ ପତ୍ରକୁ ପାଣିରେ ଭିଜାଇ ଏହାକୁ ଚନ୍ଦନ ସହିତ ମିଶାଇ ରାତିରେ ମୁହଁରେ ଲଗାଇ ଶୁଅନ୍ତୁ ଓ ସକାଳେ ଉଠି ମୁହଁ ଧୁଅନ୍ତୁ। ଏପରି ନିୟମିତ ଏକ ମାସ କରିବା ଦ୍ୱାରା ମୁହଁରୁ ବ୍ରଣ ଦାଗ ସମ୍ପୂର୍ଣ୍ଣ ଲିଭିଯାଏ।

kalyan agarbati
Leave A Reply