www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରମ୍ପ-କିମ୍‍ଙ୍କ ଐତିହାସିକ ସାକ୍ଷାତ ଆଲୋଚନାରେ ସାମିଲ ହେବେ ମୁନ୍‍!

ୱାଶିଂଟନ/ସିଓଲୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତରକୋରିଆ ଶାସକ କିମ୍‍ ଜୋଙ୍ଗ ଉନ୍‍ଙ୍କ ମଧ୍ୟରେ ପ୍ରସ୍ତାବିତ୍‍ ଜୁନ୍‍ ୧୨ ଐତିହାସିକ ସାକ୍ଷାତ ଆଲୋଚନାରେ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍‍ ଜେ ଇନ୍‍ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି। ଏହି ସାକ୍ଷାତ ଆଲୋଚନା ୩ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୁନ୍‍ ଜେ ଭାଗ ନେଇପାରନ୍ତି ବୋଲି ଦକ୍ଷିଣକୋରିଆର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଏବଂ ଉତ୍ତରକୋରିଆ ଏନେଇ ନିଷ୍ପତ୍ତି ନେବେ। ଟ୍ରମ୍ପ ଏବଂ କିମ୍‍ ସିଙ୍ଗାପୁରଠାରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବେ। ସେମାନେ ଚାହିଁଲେ ମୁନ୍‍ ଜେ ସେଠାରେ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଯେ ଗତ ଅପ୍ରେଲ ୨୭ରେ କୋରିଆ ସୀମାନ୍ତ ଗ୍ରାମ ପନମୁଞ୍ଜୋମରେ ଏହି ତ୍ରିପାକ୍ଷିକ ସାକ୍ଷାତ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପରେ ଏହି ବୈଠକ ସିଙ୍ଗାପୁରରେ ହେବ ବୋଲି ସ୍ଥିର କରାଯାଇଥିଲା। ଗତ ରବିବାର କିମ୍‍ଙ୍କୁ ଭେଟି ମୁନ୍‍ ଏନେଇ ଆଲୋଚନା କରିଥିଲେ। ଏଥିନିମନ୍ତେ ଉତ୍ତରକୋରିଆ ଶୀର୍ଷ ଅଧିକାରୀ ଜେନେରାଲ କିମ୍‍ ୟୋଙ୍ଗ ମଙ୍ଗଳବାର ଆମେରିକା ଗସ୍ତ କରିଛନ୍ତି। ସେ ବେଜିଂଠାରେ ଚୀନ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ବେଜିଂ ବିମାନ ବନ୍ଦରରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ଆଲୋଚନା ପ୍ରସ୍ତୁତି ପାଇଁ ଉତ୍ତରକୋରିଆର ପ୍ରଶାସନର ଶୀର୍ଷ ଅଧିକାରୀ କିମ୍‍ ୟୋଙ୍ଗ ଆମେରିକା ଯାଇଥିବା କୁହାଯାଉଛି। ଏହା ପୂର୍ବରୁ ଫିଲିପାଇନ୍ସଠାରେ ଆମେରିକା ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ୱାଶିଂଟନର ଏକ ଦଳ ଉତ୍ତରକୋରିଆର ନିଜ ପ୍ରତିପକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ। ହ୍ୱାଇଟହାଉସର ଏକ ଦଳ ଆସି ସିଙ୍ଗାପୁରରେ ପହଞ୍ଚିଛନ୍ତି। ଏହି ଦଳ ବୈଠକର ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ଓ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତ କରିବେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories