ଟ୍ରକ ଧକ୍କାରେ ଭାଇ ଓ ଭଉଣୀ ମୃତ

0

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ସଡ଼କ ଦୁର୍ଘଟଣାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି। ବାଲିଶଙ୍କରା ପୋଲ ଉପରେ ଭାଇ ଓ ଭଉଣୀ ବାଇକ ଯୋଗେ ଯାଉଥିବା ବେଳେ ଏକ ବସକୁ ଓଭରଟେକ୍‍ କରୁଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ଓ ପରେ ଟ୍ରକଟି ଭାଇ ଓ ଭଉଣୀଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଣଓସାର ପୋଲ ଯୋଗୁଁ ଦୁର୍ଘଟଣା ଘଟୁଛି ବୋଲି ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିବା ସହ ପୋଲ ସଂପ୍ରସାରଣ ଓ କ୍ଷତିପୂରଣ ପାଇଁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply