www.samajalive.in
Sunday, December 7, 2025
14.1 C
Bhubaneswar

ମନ ମୋହିଥାଏ ଏଠାକାର ପ୍ରାକୃତିକ ସୁନ୍ଦରତା

ମେ ଓ ଜୁନ ଖରାଦିନିଆ ଛୁଟି ସମୟ ହୋଇଥିବାରୁ ବହୁ ଲୋକେ ଏହି ଦିନରେ ଭ୍ରମଣର ଯୋଜନା କରିଥାଆନ୍ତି। ଖରାଦିନରେ ଭ୍ରମଣ ପାଇଁ କିଛି ସ୍ୱତନ୍ତ୍ର ସ୍ଥାନ ରହିଛି, ଯେଉଁଠାକୁ ବୁଲିବାକୁ ଗଲେ ଆମେ ଖରାର ପ୍ରକୋପ ଠାରୁ ରକ୍ଷା ପାଇବା ସହ ଭ୍ରମଣ ମଜା ନେଇପାରିବେ। ଆପଣ ମଧ୍ୟ ଯଦି ଭ୍ରମଣ ପାଇଁ ଯୋଜନା କରୁଛନ୍ତି ତେବେ ଜାଣନ୍ତୁ କିଛି ଏପରି ସ୍ଥାନ ବିଷୟରେ ଯେଉଁଠାରେ ଆପଣଙ୍କୁ ଖୁସି ଓ ଆନନ୍ଦଦାୟକ କାର୍ଯ୍ୟର ସ୍ୱତନ୍ତ୍ର ମଜା ମଧ୍ୟ ନେଇପାରିବେ।
ହିମାଚଳ ପ୍ରଦେଶରେ ଖରାଦିନରେ ପର୍ଯ୍ୟଟକଙ୍କ ଭିଡ଼ ପ୍ରବଳ ମାତ୍ରାରେ ଜମିଥାଏ। ହିମାଚଳ ପ୍ରଦେଶରେ ଥିବା ଶିମଲା, ମନାଲୀ, ମୈସୁର ଓ ନୈନିତାଲ ବ୍ୟତୀତ ଅନ୍ୟ କେତେକ ସ୍ଥାନକୁ ମଧ୍ୟ ଯାଇପାରିବେ ଯେଉଁଠାରେ ସୁନ୍ଦର ସୁନ୍ଦର ପାହାଡ଼, ପର୍ବତ, ଥଣ୍ଡା ପବନ, ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିପାରିବେ।
ସିରମୌର –
ସିରମୌର ହିମାଚଳ ପ୍ରଦେଶର ଏକ ସୌନ୍ଦର୍ଯ୍ୟ ଭରା ସ୍ଥାନ ଅଟେ। ଏଠାରେ ପୌଣ୍ଟା ସାହିବ ନାମକ ଏକ ପ୍ରସିଦ୍ଧ ଗୁରୁଦ୍ୱାର ରହିଛି। ଯେଉଁଠାରେ ବହୁ ଜନସମାଗମ ହୋଇଥାଏ। ସିରମୌର ନିଜର ସୁନ୍ଦରତା, ଶାନ୍ତ ପରିବେଶ ପାଇଁ ଖୁବ ପରିଚିତ। ଏଠାରେ ଥିବା ରେଣୁକା ହ୍ରଦ ନିକଟରେ ଭ୍ରମଣର ଅନୁଭବ ଆପଣଙ୍କୁ ସର୍ବଦା ସ୍ମରଣୀୟ ହୋଇରହିବ। ତେଣୁ ଖରା ଦିନରେ ସିରମୌର ଶାନ୍ତ ପରିବେଶକୁ ବୁଲିବା ପାଇଁ ନିଶ୍ଚୟ ଯାଆନ୍ତୁ।
ସିରମୌରକୁ ଆପଣ ଦେହରାଦୁନ, ଅମବାଲା ଓ ଚଣ୍ଡୀଗଡ଼ ଠାରୁ ବସ ଦ୍ୱାରା ଯାଇପାରିବେ।
ତୋଷ୍‍ –
ହିମାଚଳ ପ୍ରଦେଶରରେ ଏକ ଛୋଟ ଗାଁ ତୋଷ୍‍ ପାର୍ବତୀ ବୈଲୀରେ ଅବସ୍ଥିତ। ଏଠାରେ ପାହାଡ଼ରେ ମଧ୍ୟରେ ବହୁଥିବା ଝରଣା ଆପଣଙ୍କୁ ବେଶ ଆକର୍ଷଣ ପୂର୍ବକ ଅନୁଭବ ହେବ। ଏଠାକାର ପ୍ରାକୃତିକ ସୁନ୍ଦରତା ମନକୁ ମୋହିତ କରିଥାଏ। ଏହି ଗାଁ ଦିଲ୍ଲୀ ଠାରୁ ପ୍ରାୟ ୫୪୦ କିଲୋମିଟର ଦୂରରେ ଅବସ୍ଥିତ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories