କବି ଅଖିଳ ନାୟକଙ୍କ ଚତୁର୍ଥ ସ୍ମୃତି ସମାରୋହ ଅନୁଷ୍ଠିତ

ଧର୍ମଗଡ଼: ଅଖିଳଙ୍କ କବିତାର ମୂଳ ମନ୍ତ୍ର ଥିଲା ସାମାଜିକ ଅସାମାନତା, ଶୋଷଣ ଅତ୍ୟାଚାର ବିରୁଦ୍ଧରେ। ସେ ଥିଲେ ଏକ ପ୍ରତିବାଦର ସ୍ବର। ତାଙ୍କ ରଚିତ କବିତା ନିଶ୍ଚୟ କାଳଜୟୀ ଏବଂ ଆଗାମୀ ପିଢ଼ିର ଲେଖକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବେହେରା ଠାରେ ଆୟୋଜିତ ଚତୁର୍ଥ ଅଖିଳ ସ୍ମୃତି ସମାରୋହରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ନିଶାନ ପତ୍ରିକା ସମ୍ପାଦକ ଲେଲିନ୍, ୠତୁରାଜ ମାଝୀ, ଜୟଶ୍ରୀ ସାହୁ, କବି ଚନ୍ଦନ ନାଗ, ଅର୍ଜୁନ ଗୋପାଳ, ଅଲେଖ ଗୋପାଳ ପ୍ରମୁଖ ଯୋଗଦେଇ ଦେଇ ସ୍ଵର୍ଗତ କବିଙ୍କ “ଭେଦ”, “କ୍ଷେତପୂରାଣ” ଆଦି ଉପନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ। କବିଙ୍କ ଜନ୍ମମାଟି ରଇନଗୁଡ଼ାସ୍ଥ ସମାଧିପୀଠରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଓଏଏସ ପାଇଥିବା ଶୀବାନୀ ନାଏକଙ୍କୁ ଅଖିଳ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯିବା ସହ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ହେମନ୍ତ ଦଳପତି, କଲେଜ ଅଧ୍ୟକ୍ଷ ନିର୍ମଳ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.