www.samajalive.in
Monday, December 15, 2025
16.1 C
Bhubaneswar

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପୁଣି ଥରେ ସ୍ଥାନ ପାଇଲା ଡିଏମଏଫ୍ କେନ୍ଦୁଝର ଷ୍ଟଲ

କେନ୍ଦୁଝରଗଡ : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଲଗାତାର ଦ୍ଵିତୀୟ ଥର ପାଇଁ ସ୍ଥାନ ପାଇଛି କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଷ୍ଟଲ।

ଆଇଟିପିଓ ତରଫରୁ ନୂଆଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଆରମ୍ଭ ହୋଇଯାଇଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪। ଏହି ଅବସରରେ ହଲ ନମ୍ବର- ୪ରେ କେନ୍ଦ୍ର ଖଣି ମନ୍ତ୍ରଣାଳୟର ପାଭିଲିୟନ ରହିଛି। ଏହା ମଧ୍ୟରେ କେନ୍ଦୁଝର ଡିଏମଏଫର ଷ୍ଟଲ ଖୋଲିଛି। ଏଠାରେ ହରିଚନ୍ଦନପୁର ବ୍ଲକ ଜଂଘିରା ଅଞ୍ଚଳର ସୂର୍ଯ୍ୟୋଦୟ ଏସଏଚଜିର ଦୁଇ ଜଣ ସଦସ୍ୟାଙ୍କ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଆରିସା ପିଠା, ନିମକୀ, ଭୁଜିଆ, ମାଣ୍ଡିଆ ମଞ୍ଜି ଏବଂ ଅଟା ଇତ୍ୟାଦି ବିକ୍ରି ହେଉଛି। ଯାହାକୁ କି ଷ୍ଟଲ ବୁଲିବାକୁ ଆସୁଥିବା ଲୋକେ ବେଶ ପସନ୍ଦ କରିଛନ୍ତି।

- Advertisement -

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗଙ୍ଗାପୁରମ କିଶନ ରେଡ୍ଡୀ ଗୁରୁବାର ଖଣି ମନ୍ତ୍ରଣାଳୟ ପାଭିଲିଅନକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଡିଏମଏଫ୍ ଷ୍ଟଲ ପରିଦର୍ଶନରେ ଆସି କେନ୍ଦୁଝରରୁ ଯାଇଥିବା ଏସଏଚଜି ସଦସ୍ୟାଙ୍କ ସହ ଭାବ ବିନିମୟ କରିଥିଲେ। ମିଲେଟ ଚାଷୀ ସଂଯୁକ୍ତା ସାହୁଙ୍କ ଠାରୁ ସେ ଡିଏମଏଫ୍ ତରଫରୁ ମିଳୁଥିବା ସମସ୍ତ ସହଯୋଗ ବାବଦରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନ (ପୂର୍ବରୁ ଓଡ଼ିଶା ମିଲେଟ ମିଶନ) ଡିଏମଏଫ୍ ଅନୁଦାନରେ କାର୍ଯ୍ୟକାରୀ ହେଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories