www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ହାଜର ହେବେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ୍

ନୂଆଦିଲ୍ଲୀ : ବଢୁଛି ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ହାଇଦ୍ରାବାଦ ପୁଲିସ୍ ତାଙ୍କୁ ସମନ ଜାରି କରିଛି।  ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦେଶ ରହିଛି। ହାଇଦ୍ରାବାଦ ପୁଲିସ୍ ର ସମନ ପରେ ଅଲ୍ଲୁ ଅର୍ଜୁନ୍ ଙ୍କ ଅଡୁଆ ବଢିଛି। ଗତ ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ୧୦ ବର୍ଷର ପୁଅକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ଏହି ଘଟଣା​‌ରେ ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି । ସେ ଜାମିନରେ ଆସିବା ପରେ ମଧ୍ୟ ବିବାଦ କମିବାର ନାଁ ଧରୁନି। ଅନ୍ୟପଟେ ଗତ ୨୨ ତାରିଖରେ ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲ୍ଲୁ ଙ୍କ ଘରେ ଭଙ୍ଗାରୁଜ୍ଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories