www.samajalive.in
Saturday, December 13, 2025
27.1 C
Bhubaneswar

ପାର୍ସଲ ବୋମା ବିସ୍ଫୋରଣ ମାମଲା : ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗିର/ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଦ୍ବିତୀୟ ଥର ସାକ୍ଷ୍ୟ ଗ୍ରହଣ କରାଯାଇଛି। ଶ୍ରୀ ବୋଥ୍ରା ଘଟଣାର ତଦନ୍ତ କରିଥିଲେ। ଅଭିଯୁକ୍ତ ପୁଞ୍ଜିଲାଲ ୟୁଟ୍ୟୁବ ଦେଖି କିପରି ବୋମା ତିଆରି କରିଥିଲେ ତାହାର ଭିଡିଓ ଚିତ୍ର ଅଦାଲତ ଆଜି ଦେଖିଛନ୍ତି। ଏଡିଜି ବୋଥ୍ରା ହେଉଛନ୍ତି ପାର୍ସଲ ବୋମା ବିସ୍ଫୋରଣ ମାମଲାର ୬୦ ନମ୍ବର ସାକ୍ଷୀ। ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ୟୁଟ୍ୟୁବରୁ ଦେଖି କିପରି ବୋମା ତିଆରି କରିଥିଲେ ତଦନ୍ତ ସମୟରେ ତାହା ବତାଇ ଥିଲେ। ସେ ସମୟର ଭିଡିଓଗ୍ରାଫି କରାଯାଇଥିଲା। ସେହି ଭିଡିଓକୁ ଅଦାଲତରେ ପ୍ରଦର୍ଶନ କରିବାକୁ କ୍ରାଇମବ୍ରାଞ୍ଚ ଓକିଲ ଅନୁମତି ମାଗିଥିଲେ। ଆଜି ଶ୍ରୀ ବୋଥ୍ରା ସାକ୍ଷ୍ୟ ଦେବାକୁ ଆସି ଏହା ଦେଖାଇଥିଲେ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓକିଲ ଚିତ୍ତରଞ୍ଜନ କାନୁନଗୋ କହିଛନ୍ତି ଯେ, ଆଜି ଅଦାଲତରେ ସେହି ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଛି। ଏହା ପରେ ଶ୍ରୀ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଥିଲେ। ମାମଲାରେ ଆଉ ମାତ୍ର ୨/୩ ଜଣଙ୍କ ସାକ୍ଷ୍ୟ ନିଆଯିବ। ଅନ୍ୟପକ୍ଷରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଓକିଲ ପ୍ରମୋଦ ମିଶ୍ର କହିଛନ୍ତି ଯେ, ତଦନ୍ତ ସମୟର ତଦନ୍ତକାରୀ ଅଧିକାରୀ ଓ ଅଭିଯୁକ୍ତ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ପ୍ରଦର୍ଶନ ପରେ ସାକ୍ଷ୍ୟ ଗ୍ରହଣ କରାଯାଇଛି; କିନ୍ତୁ ମାମଲା ବିଚାରାଧୀନ ଥିବାରୁ ସେ ବାବଦରେ ବିସ୍ତୃତ ସୂଚନା ଦେବା ଉଚିତ ହେବନାହିଁ । ୨୦୧୮ ଫେବ୍ରୁଆରୀ ୨୨ରେ ପାଟଣାଗଡ଼ ସହରର ବ୍ରହ୍ମପୁରାସ୍ଥିତ ଏକ ଘରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସଦ୍ୟ ବିବାହିତ ଇଂ.ସୌମ୍ୟଶେଖର ସାହୁ, ତାଙ୍କ ପତ୍ନୀ ରୀମା ଓ ସଂପର୍କୀୟ ଆଈ ଜେମାମଣି ଏଥିରେ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ। ବାହାଘରେ ଉପହାର ମିଳିଥିବା ପାର୍ସଲ ଖୋଲିବା ସମୟରେ ହୋଇଥିବା ଏହି ବୋମା ବିସ୍ଫୋରଣରେ ସୌମ୍ୟ ଓ ଆଈ ଜେମାମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂ ରୀମା ଗୁରୁତର ଆହତ ହୋଇଥିଲେ। ପାଟଣାଗଡ଼ ପାଖରେ ଥିବା ଭଇଁଷା କଲେଜ ଅଧ୍ୟକ୍ଷ ପଦକୁ ନେଇ ଅଧ୍ୟାପକ ପୁଞ୍ଜିଲାଲ ଓ ଅଧ୍ୟକ୍ଷା ଦାୟିତ୍ବରେ ଥିବା ସୌମ୍ୟଙ୍କ ମା’ଙ୍କ ମଧ୍ୟରେ ଥିବା ତିକ୍ତତାକୁ ନେଇ ପାର୍ସଲ ବୋମା ବିସ୍ଫୋରଣ ପାଇଁ ପୁଞ୍ଜିଲାଲ ଷଡ଼ଯନ୍ତ୍ର ରଚିଥିଲେ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଥିଲା।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories