ଧବଳେଶ୍ଵର ପୀଠରେ ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ଚିକିତ୍ସା ସେବା
ଗୁରୁଡ଼ିଝାଟିଆ: ସମାଜ ଓ ଲୋକସେବକ ମଣ୍ଡଳ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପକ୍ଷରୁ ଧବଳେଶ୍ଵର ପୀଠରେ ଶ୍ରଦ୍ଧାଳୁମାନଙ୍କୁ ଦୁଇଦିନ ଧରି ଚିକିତ୍ସା ସେବା ଯୋଗାଇଦିଆଯାଇଛି। ପୀଠରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଅସୁସ୍ଥ ଅନୁଭବ କଲେ ସେମାନଙ୍କୁ ଗୋପବନ୍ଧୁ ଚିକିତ୍ସାଳୟର ଆଶୁ ଚିକିତ୍ସା କେନ୍ଦ୍ରର ସେବିକାମାନେ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଦୁଇ ଦିନରେ ପ୍ରାୟ ୩ଶହ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଛି। ଗତ ଗୁରୁବାର ପୂର୍ବାହ୍ନରେ ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟର ନିର୍ଦ୍ଦେଶକ ଶିବରାମ ମିଶ୍ରଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଅତିଥିଭାବେ ଯୋଗଦେଇ ଆଶୁ ଚିକିତ୍ସା ସହାୟତା କେନ୍ଦ୍ର ଉଦଘାଟନ କରିଥିଲେ। ଡାକ୍ତର ବିକ୍ରମ ଦାସଙ୍କ ଉପସ୍ଥିତିରେ ସେବିକା ଓ ସେବିକା ଛାତ୍ରୀମାନେ ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇଛନ୍ତି।
Comments are closed.