ନବାଗତ ସେବିକା ବିଦ୍ୟାର୍ଥୀଙ୍କ ପରିଚୟ ପ୍ରଦାନ ଉତ୍ସବ
ଗୁରୁଡିଝାଟିଆ: ସମାଜ ଓ ଲୋକସେବକ ମଣ୍ଡଳ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କ ପରିଚୟ ପ୍ରଦାନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଶିବରାମ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ମିଶ୍ର ଉଦବୋଧନ ଦେଇ କହିଥିଲେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସେବାକୁ ନିଜ ଜୀବନର ବ୍ରତ କରି ଅଭାବୀ ମଣିଷଙ୍କ ଆଖିର ଲୁହକୁ ପୋଛିବା ପାଇଁ ନିଜକୁ ତିଳତିଳ କରି ଜାଳିଦେଇଥିଲେ। ଏଣୁ ନବାଗତ ବିଦ୍ୟାର୍ଥୀମାନେ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେବିକାମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେବିକା ମହାବିଦ୍ୟାଳୟ ଉପାଧ୍ୟକ୍ଷା ବାବି ଏସପି ଅତିଥିଭାବେ ଯୋଗଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାର୍ଥୀ ସୁଚରିତା ଦାସ ଓ ଡି. ସୁଶ୍ରୀ ଆଲିଶା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିକ୍ରମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.