ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତିକୁ ଶେୟାର କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ଡେସ୍କ: ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତିକୁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ଏକ୍ସ ‘ରେ ଶେୟାର କରିଛନ୍ତି। ସେ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୦୦ ଗିଗାଓ୍ଵାଟ ମାଇଲଖୁଣ୍ଟ ଅତିକ୍ରମ କରିବାରେ ଭାରତର ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ଏହାକୁ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପଞ୍ଚାମୃତ’ ଲକ୍ଷ୍ୟ ଅନୁଯାୟୀ ଭାରତ ଅକ୍ଟୋବରରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨୦୦ ଗିଗାୱାଟ୍ ମାଇଲଖୁଣ୍ଟ ହାସଲ କରିଛି। ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ ହାସଲ କରିବାକୁ ଦେଶର ମହତ୍ୱାକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ସହିତ ଯୋଡ଼ି ହୋଇଛି।
Comments are closed.