www.samajalive.in
Tuesday, December 9, 2025
15.1 C
Bhubaneswar

ଏହି ମନ୍ଦିରରେ ପ୍ରଭୁ ମହେଶ୍ୱର ନନ୍ଦିଙ୍କ ବିନା ବିରାଜିତ

ମହାରାଷ୍ଟ୍ରର ନାସିକ ସହରର। ଏହା କୁମ୍ଭ ମେଳା ପାଇଁ ଖୁବ ପ୍ରସିଦ୍ଧ ମାତ୍ର ଏହା ବ୍ୟତୀତ ଏହା ଅନ୍ୟ ଏକ କାରଣରୁ ମଧ୍ୟ ପ୍ରସିଦ୍ଧ ଅଟେ। ନାସିକ ସହରର ଗୋଦାବରୀ ନଦୀ ତଟରେ ଏପରି ଏକ ଶିବ ମନ୍ଦିର ରହିଛି ଯେଉଁଠାରେ ତାଙ୍କର ପରମ ଭକ୍ତ ନନ୍ଦି ନାହାନ୍ତି। ଏହି ମନ୍ଦିର ହେଉଛି କପାଳେଶ୍ୱର ମହାଦେବ ମନ୍ଦିର। ଏହା ସଂସାରର ଏକ ମାତ୍ର ଏପରି ଶିବ ମନ୍ଦିର ଯେଉଁ ଠାରେ ତାଙ୍କର ପ୍ର୍ରିୟ ଭକ୍ତ ନନ୍ଦି ସ୍ଥାପିତ ହୋଇନାହାନ୍ତି। ଶିବଙ୍କ ନିକଟରେ ତାଙ୍କର ତ୍ରିଶୁଳ, ନାଗ ଏବଂ ତାଙ୍କର ବାହନ ନନ୍ଦି ବିନା ସେ ସଂପୂର୍ଣ୍ଣ ଲାଗି ନଥାଆନ୍ତି।
ପୌରାଣିକ କଥା ଅନୁଯାୟୀ ଏହି ମନ୍ଦିରରେ ଏକଦା ଭଗବାନ ଶିବ ବାସ କରିଥିଲେ। ସେହି ସମୟରେ ବ୍ରହ୍ମାଙ୍କର ପଞ୍ଚମୁଖ ଥିଲା। ତାଙ୍କ ଚାରି ମୁଖ ବେଦ ଉଚ୍ଚାରଣ କରୁଥିଲେ। ମାତ୍ର ପଞ୍ଚମ ମୁଖଟି ନିନ୍ଦା କରୁଥିଲେ। ନିନ୍ଦା କରୁଥିବା ମୁଖ ଉପରେ ଭଗବାନ ଶିବ କ୍ରୋଧିତ ହୋଇ ସେହି ମୁଖକୁ ବ୍ରହ୍ମାଙ୍କ ଶରୀର ଠାରୁ ଅଲଗା କରିଦେଇଥିଲେ। ଏହି କାରଣରୁ ଭଗବାନ ଶିବଙ୍କୁ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା। ସେହି ପାପରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଶିବ ବ୍ରହ୍ମାଣ୍ଡ ସାରା ବିଚରଣ କଲେ ମଧ୍ୟ କୌଣସି ଉପାୟ ମିଳିନଥିଲା। ଏପରି ଥରେ ପ୍ରଭୁ ମହାଦେବ ସୋମେଶ୍ୱର ଠାରେ ବସିଥିଲେ, ଏକ ବାଛୁରୀ ଦ୍ୱାରା ତାଙ୍କୁ ଏହି ପାପରୁ ମୁକ୍ତି ପାଇବାର ଉପାୟ ମିଳିଥିଲା। ସେହି ବାଛୁରୀ ନନ୍ଦି ଥିଲେ। ନନ୍ଦି ପ୍ରଭୁ ଶିବଙ୍କ ସହ ଗୋଦାବରୀର ରାମକୁଣ୍ଡ ପର୍ଯ୍ୟନ୍ତ ଯାଇଥିଲେ। ସେହି କୁଣ୍ଡରେ ସ୍ନାନ କରିବାକୁ ମଧ୍ୟ କହିଥିଲେ। ସ୍ନାନ କରିବା ପରେ ପ୍ରଭୁ ମହାଦେବ ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଥିଲେ। ଏହି କାରଣରୁ ସେ ନନ୍ଦିଙ୍କୁ ନିଜର ଗୁରୁ ବୋଲି ମାନିଥିଲେ ଏବଂ ସ୍ୱୟଂ ଶିବ ଲିଙ୍ଗ ରୂପରେ ସ୍ଥାପିତ ହୋଇଥିଲେ। ଯେହେତୁ ସେ ଏଠାରେ ନନ୍ଦିଙ୍କୁ ନିଜର ଗୁରୁ ବୋଲି ମାନିଥିଲେ, ସେ ତାଙ୍କୁ ନିଜ ସମ୍ମୁଖରେ ବସିବାକୁ ମନାକରିଥିଲେ। ଏହି କାରଣରୁ ଏହି ମନ୍ଦିରରେ ପ୍ରଭୁ ଶିବଙ୍କ ସମ୍ମୁଖରେ ନନ୍ଦି ନାହାନ୍ତି ଓ ନନ୍ଦିଙ୍କ ବିନା ଏଠାରେ ପ୍ରଭୁ ମହେଶ୍ୱର ବିରାଜିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories