୫ ରାଶିଙ୍କର ପୂରଣ ହେବ ମନସ୍କାମନା, ମିଳିବ ଶୁଭ ଫଳ : ଶୁକ୍ରବାର ରାଶିଫଳ

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ସ୍ବାଭିମାନର ସହ କର୍ମପ୍ରବର ହେବେ। ସୁସ୍ଥ ରହିବେ।
ବୃଷ: ଭାଷାକୁ ନମନୀୟ ଓ କମନୀୟ କରି ଅସୁସ୍ଥଙ୍କୁ ଆଶ୍ବାସନା ଦେବା ସହିତ ସେବାରେ ସନ୍ତୁଷ୍ଟ କରିପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ପତ୍ନୀ ସହାୟିକା ହେବେ।
ମିଥୁନ: ଭ୍ରାତୃତ୍ବର ନୀବିଡ଼ ବନ୍ଧନ ଶତ୍ରୁ ଦମନ କ୍ଷେତ୍ରରେ ଫଳପ୍ରସୂ ହେବ। ସରକାରୀ ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀ ସେବା ମୂଳକ ହେବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବେ। କର୍କଟ:କର୍ମଚଞ୍ଚଳ ରହିବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି।
ସିଂହ: ପୁଣ୍ୟକର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରି ପାପତାପ ପରିହାରକ ହୋଇପାରନ୍ତି। କାର୍ଯ୍ୟ କଠିନ ହେଉ କିମ୍ବା କଷ୍ଟଦାୟକ, ନିର୍ବିକାର ଚିତ୍ତରେ ତା’ର ସମ୍ପାଦନ କରିବେ। ସେବା ଭାବନାରେ ବିଲୀନ ହେବେ।

କନ୍ୟା:ଶୂନ୍ୟ ବ୍ରହ୍ମଙ୍କଠାରେ ଲୟ ରଖି ରାଗ, ଦ୍ବେଷ, ଅଭିନିବେଶ, ଅବିଦ୍ୟା ଓ ସୃତା ରୂପକ ପଞ୍ଚକ୍ଲେଶକୁ ଦୂର କରିପାରନ୍ତି। ଶୂନ୍ୟତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ପାରଙ୍ଗମ ହେବେ।
ତୁଳା: ସୀମା ନିର୍ଣ୍ଣୟ କରି ହେଉ ନଥିବା କୀର୍ତ୍ତିର ବାହକ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ।
ବିଛା: ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆତ୍ମସଂଯମୀ ହୋଇ ଅନ୍ତଃଶକ୍ତିର ଅଭ୍ୟୁଥାନ୍‌ ଘଟାଇ ପାରନ୍ତି। ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ। ମିଷ୍ଟାନ୍ନ ଭୋଜନ ମିଳିପାରେ।
ଧନୁ: ସାଧନା ଫଳବତୀ ହେବ। ମଧୁର ବଚନରେ ପରକୁ ଆପଣାର କରିପାରନ୍ତି। ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି। ମକର:ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ। ସଦାଚାରୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିକୋଣ ଆପଣଙ୍କୁ ସନ୍ମାର୍ଗୀ କରିପାରେ। ଧନ ସହିତ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିପାରେ। କୁମ୍ଭ:ଅନବଦ୍ୟ ରଚନାରେ ରୀତି ଯୁଗର ଶବ୍ବ ସମୁଦ୍ର ସୃଷ୍ଟି କରିପାରନ୍ତି। ଆର୍ଯ୍ୟ ଶ୍ରେଷ୍ଠ ଭାବେ ସମ୍ବୋଧିତ ହେବେ। ଜ୍ଞାନାଲୋକରେ ସମ୍ପୃକ୍ତି ଅନୁଷ୍ଠାନକୁ ଆଲୋକିତ କରିପାରନ୍ତି। ମାନବବାଦୀ ହୋଇପାରନ୍ତି।
ମୀନ: ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ କର୍ମମାର୍ଗକୁ ଉଜ୍ଜ୍ବଳ ପ୍ରଦୀପ ସଦୃଶ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ।

Comments are closed.