bjd gruha runa

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

BJD Bijuli 480×75 Mob

ପାରାଦୀପ: ପାରାଦୀପ ନିକଟ ସମୁଦ୍ରରେ ମଙ୍ଗଳବାର ବ୍ଲାକରୋଜ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ିଯାଇଛି। ଟ୍ରଲରରେ ଥିବା ୬ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମତ୍ସ୍ୟଜୀବୀମାନେ ବୁଡ଼ିଯାଉଥିବାବେଳେ ଅନ୍ୟ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ୬ ଜଣ ମତ୍ସ୍ୟଜୀବୀ ମାଛ ମାରି ନେହେରୁ ବଙ୍ଗଳା ଫେରୁଥିବାବେଳେ ପୂର୍ବରୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ପାରଦୀପ ବନ୍ଦରରୁ ପଣ୍ୟ ନେଇ ଯାଉଥିବା ବ୍ଲାକରୋଜ ଜାହାଜଟି ଉପକୂଳଠାରୁ କିଛି ଦୂରରେ ବୁଡ଼ିଯାଇଥିଲା। ଆଜି ପର୍ଯ୍ୟନ୍ତ ଜାହାଜ ସେହି ସ୍ଥାନରେ ବୁଡ଼ି ରହିଛି। ଫଳରେ ଅନେକ ସମୟରେ ମାଛ ଧରା ଟ୍ରଲରଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି।

Comments are closed.