www.samajalive.in
Monday, December 15, 2025
26.1 C
Bhubaneswar

ଆଜି ସମ୍ବଲପୁର ଆସୁଛନ୍ତି ରାଜନାଥ ସିଂହ: ୨୧ରେ ଆସିବେ ଶାହା

ସମ୍ବଲପୁର:  ସମ୍ବଲପୁର ଲୋକସଭା ଆସନ ଜାତୀୟ ସ୍ତରର ଦୃଷ୍ଟି ଆକର୍ଷଣ କରିବା ସହିତ ଓଡିଶାରେ ହଟ ସିଟ ରୂପେ ପରିଣତ ହୋଇଥିବାରୁ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ମୋଦୀ ସରକାରଙ୍କ ଅନ୍ୟତମ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ତଥା ବିଗତ ୧୦ ବର୍ଷରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଅଛନ୍ତି। ବିଜେପିର ଷ୍ଟାର ପ୍ରଚାରକ ସୂଚୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିବା ସତ୍ୱେ ସମ୍ବଲପୁର ଭଳି ଗୁରୁତ୍ୱପୁର୍ଣ୍ଣ ଆସନକୁ ବିଜେପି କୌଣସି ମତେ ହାସଲ କରିବାକୁ ଚେଷ୍ଟା କରିବାକୁ ଅପ୍ରାଣେ ଉଦ୍ୟମ କରୁଥିବାରୁ ବହୁ ଦିନ ହେବ ବିଜେପିର ଜାତୀୟସ୍ତରର ଷ୍ଟାର ପ୍ରଚାରକ ଆସିବାର ଚର୍ଚ୍ଚା ଜୋରରେ ଲାଗି ରହିଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହ ସମ୍ବଲପୁର ଜିଲାର ନାକଟିଦେଉଳ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାସହ ବିଜେପିର ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୁର୍ଯ୍ୟା ଏକ ବିଶାଳ ବାଇକ ରାଲିରେ ମଧ୍ୟ ସାମିଲ ହେବେ । ସେପଟେ  ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବଲପୁର ଗସ୍ତରେ ଆସିବାର ଚୂଡାନ୍ତ ହୋଇଛି। ଶ୍ରୀ ସାହା ସମ୍ବଲପୁରର ଅଇଁଠାପାଲି ସ୍ଥିତ ପିଏଚଡି ପଡିଆ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories