ଦୁଇ ଷ୍ଟେସନ ମଧ୍ୟରେ ରେଳଯାତ୍ର ସମୟକୁ ନେଇ ଦ୍ୱନ୍ଦ୍ୱ

କଣ୍ଟାବାଞ୍ଜି :  କଣ୍ଟାବାଞ୍ଜି ରେଳଷ୍ଟେସନରୁ ରାୟପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ମାତ୍ର ୧୭୦ କିଲୋମିଟର।। କଣ୍ଟାବାଞ୍ଜି ଏବଂ ରାୟପୁର ଷ୍ଟେସନ ମଧ୍ୟରେ ଡବଲ ଲାଇନ ଏବଂ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେବାର ଛ ମାସ ବିତିଯାଇଛି । ତେବେ କଣ୍ଟାବାଞ୍ଜିରୁ ରାୟପୁର ଯିବାକୁ ଏହି ଦୂରତା ସ୍ଥିର କରିବାରେ ଅନେକ ଦ୍ୱନ୍ଦ୍ୱ ରହିଛି । ସମସ୍ତ ଟ୍ରେନର ନିର୍ଦ୍ଧାରିତ ସମୟ ବହୁତ ଲମ୍ବା, କିନ୍ତୁ ରାୟପୁରରୁ କଣ୍ଟାବାଞ୍ଜିକୁ ଆସୁଥିବା ସମାନ ଟ୍ରେନର ସମୟ ବହୁତ କମ୍, ଅପ୍ ଏବଂ ଡାଉନ୍ ଟ୍ରେନ୍ ସମୟ ବହୁତ ପାର୍ଥକ୍ୟ ଓ ଭିନ୍ନତା ଅଛି, ଉଦାହରଣ ସ୍ୱରୂପ, ବିଶାଖାପାଟନମରୁ ରାୟପୁର ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ ନମ୍ବର ୦୮୫୨୮ ଦ୍ୱାରା କଣ୍ଟାବାଞ୍ଜିରୁ ରାୟପୁର ଯିବାକୁ ସାଢେ ୬ ଘଂଟା ସମୟ ଲାଗୁଛି, କିନ୍ତୁ ସମାନ ଟ୍ରେନ୍ ନମ୍ବର ୦୮୫୨୭ ଯାହାକି ରାୟପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ଚାଲିଥାଏ, ରାୟପୁରରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଦୂରତା ଚାରି ଘଣ୍ଟା ସମୟ ନେଇଥାଏ। ୦୮୫୨୮ କଣ୍ଟାବାଞ୍ଜିରୁ ଅପରାହ୍ନ ୧ଟା ୩୦ରୁ ବାହାରି ରାୟପୁର ରାତି ୮ ସମୟରେ ପହଞ୍ଚେ,୦୮୫୨୭ ରାୟପୁରରୁ ସକାଳ ୫ଟା୨୦ ବାହାରୁ ଥିବା ବେଳେ କଣ୍ଟାବାଞ୍ଜିରେ ୯ଟା୨୦ରେ ପହଞ୍ଚିବା ସମୟ ରହିଛି । ଏହିପରି ଭାବେ ପ୍ରାୟ ୧୫ ଟି ଟ୍ରେନ୍ ସମୟରେ ଏଭଳି ପରିବର୍ତ୍ତନ ଦେଖାଯାଏ । ରେଳ ବିଭାଗର ଏହି ତ୍ରୁଟିକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସମୟ ସୂଚୀ ସମୀକ୍ଷା କରିବାକୁ ଦାବି ହେଉଛି ।

Comments are closed.