www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ  ଓ ନେପାଳ ମଧ୍ୟରେ ବ୍ରଡ ଗେଜରେ ଚାଲିବ ପ୍ରଥମ ଯାତ୍ରୀବାହୀ ଟ୍ରେନ

ନୂଆଦିଲ୍ଲୀ .- ଭାରତ ଓ ନେପାଳ ମଧ୍ୟରେ ବ୍ରଡ ଗେଜ୍‌ରେ ପ୍ରଥମ ଯାତ୍ରୀ ବାହୀ ଟ୍ରେନ ଚଳା ଚଳ କରିବା ଆରମ୍ଭ କରିବ । ଡିସେମ୍ବର ମାସରୁ ଏହି ଟ୍ରେନ ଚଳାଚଳ କରିବା ଆରମ୍ଭ କରିବ ବୋଲି ସୂଚନା ମିଳିଛି ।  ବିହାରର ଜୟ ନଗରରୁ ନେପାଳର ଜନକପୁର ଓ ଧନୁଷ ଜିଲାର କୁର୍ଥା  ପର୍ଯ୍ୟନ୍ତ   ଏହି ଟ୍ରେନ ଚଳାଚଳ କରିବ ।

ଦୁଇ ଦେଶ ମଧ୍ୟରେ ଟ୍ରେନରେ  ଯାତାୟତ କରିବା ପାଇଁ ନାଗରିକମାନଙ୍କୁ ଭିସାର ଆବଶ୍ୟକତା ନାହିଁ । ଏଥିପାଇଁ କେବଳ କେତକ ଯାଞ୍ଚ ବ୍ୟବସ୍ଥା କରାଯାଇଛି  ।  ଏହି ରେଳ ଚଳାଚଳ ପାଇଁ ନେପାଳ ଭାରତଠାରୁ ରେଳ କୋଚ୍‌ ଓ ଅନ୍ୟ କେତକ ଜିନିଷ ଭଡ଼ା ସୁତ୍ରରେ ନେଇଛି । ନେପାଳ ଉପରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବାରୁ ଏବେ ଏହାକୁ ଭାରତ ପକ୍ଷରୁ ଏକ ସକରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି । ଭାରତରୁ ନେପାଳକୁ ୪ଟି ଅନ୍ୟସ୍ଥାନରୁ ରେଳ ଚଳା ଚଳ କରିବା ଯୋଜନା ରହିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories