ଅଲୱର ଏକ୍ସପ୍ରେସ ସ୍କୁଲ; ଟ୍ରେନ ଡ଼ବାରେ ଶ୍ରେଣୀ ଗୃହ !

0

 

ଦୁରରୂ ସ୍କୁଲର ଦୃଶ୍ୟ

ଜୟପୁର : ଏହି ଟ୍ରେନରେ ଚଢିବା ପାଇଁ ସମସ୍ତେ ବ୍ୟସ୍ତ। ତେବେ ଚଢୁଥିବା ଯାତ୍ରୀମାନେ ହେଉଛନ୍ତି କେବଳ ଛାତ୍ରଛାତ୍ରୀ। ଏହା ନିଶ୍ଚିତ ପକ୍ଷେ ଏକ ଆଶ୍ଚର୍ଯ୍ୟ ଜନକ ଖବର। କାରଣ ପିଲାମାନେ କୌଣସି ପିକନିକ୍‍ ଅବା ଭ୍ରମଣରେ ଯାଉନାହାନ୍ତି। ହେଲେ ପିଲା ସ୍କୁଲ ଡ୍ରେସରେ ଅଛନ୍ତି । କିନ୍ତୁ ଏହା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ। ଆଉ ଏହା ଚଳନ୍ତା ଟ୍ରେନ ନୁହେଁ। ଟ୍ରେନ ଭଳି ଦିଶୁଥିବା ଏକ ସ୍କୁଲ। ଏହି ସରକାରୀ ସ୍କୁଲଟି ହେଉଛି ରାଜସ୍ଥାନର ଅଲୱରରେ। ଅଲୱରର ସରକାରୀ ସେକେଣ୍ଡାରୀ ସ୍କୁଲ। ପୂବରେୁ ରେଳ ଷ୍ଟେସନ ପାଖରେ ଏହି ସ୍କୁଲଟି ଥିଲା। ଷ୍ଟେସନ ଠାରୁ ମାତ୍ର ୫୦ ମିଟର ଦୂରରେ ଏହି ସ୍କୁଲଟି ଚାଲୁଥିଲା।

ପରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ନୂଆ ସ୍ଥାନରେ ନୂତନ ଘରେ ସ୍କୁଲ ଆରମ୍ଭ ହେଲା। ତେବେ ସେଠାକାର ସର୍ବଶିକ୍ଷା ଅଭିଯାନର ଯନ୍ତ୍ରୀ ରାଜେଶ ଲାୱାନିଆ ଏହି ସ୍କୁଲ ପରିଦର୍ଶନରେ ଆସିଥିଲେ। ପୂର୍ବରୁ ସେ କେରଳରେ ଏଭଳି ସ୍କୁଲ ଦେଖିଥିଲେ ଯାହାକୁ ଅବିକଳ ଟ୍ରେନ ଭଳି ଚିତ୍ରିତ କରାଯାଇଥିଲା। ତେଣୁ ସେ ମଧ୍ୟ ଏହି ସ୍କୁଲକୁ ନୂଆ ରୂପ ଦେବା ପାଇଁ ଲାଗି ପଡିଲେ। ସ୍କୁଲର ପ୍ରାଚୀରକୁ ମାଲବାହୀ ଟ୍ରେନ ଭଳି ରଙ୍ଗ ଦିଆଗଲା। ଯେଉଁଥିରେ ନୀତିବାଣୀ ଓ ପ୍ରେରଣାଦାୟୀ ବାର୍ତ୍ତା ସବୁ ଲେଖାଗଲା। ଶ୍ରେଣୀ ଗୃହ ଗୁଡିକୁ ଯାତ୍ରୀ କମ୍ପାଣ୍ଡମେଣ୍ଟ ଭଳି ରୂପ ଦିଆଯିବା ସହିତ ସେହିଭଳି ରଙ୍ଗ ମଧ୍ୟ କରାଗଲା। ସ୍କୁଲ ବାରଣ୍ଡାକୁ ରେଳ ଷ୍ଟେସନ ଭଳି କରାଯାଇଛି।  ଦୂରରୁ ଦେଖିଲେ ଏହା ଠିକ୍‍ ଗତିକରୁଥିବା ଏକ ଟ୍ରେନ ଭଳି ଦିଶୁଛି। ସେହିପରି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ଟ୍ରେନର ଇଂଜିନ ଭଳି ରୂପ ଦିଆଯାଇଛି।

ସ୍କୁଲର ପୁରୁଣା ରୂପ

ଗତ ଏକ ତାରିଖରୁ ସ୍କୁଲରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଛି। ପିଲାମାନେ ବେଶ ଉତ୍ସାହର ସହିତ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି।

 

Leave A Reply