www.samajalive.in
Monday, December 15, 2025
24.1 C
Bhubaneswar

ଗ୍ରୀଷ୍ମଋତୁରେ ଚାଲିବ ୧୧ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ଗ୍ରୀଷ୍ମଛୁଟିରେ ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ୧୧ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି । ଏହି ସବୁ ସ୍ୱତନ୍ତ୍ର ଟ୍ରେନ୍‌ ମଧ୍ୟରୁ କେତେକ ସପ୍ତାହକୁ ଥରେ କିମ୍ବା ସପ୍ତାହକୁ ଦୁଇଥର ଚଳାଚଳ କରିବ । ସେଗୁଡ଼ିକ ମଧ୍ୟରେ ସମ୍ବଲପୁର-ବନାସୱାଡି(ବେଙ୍ଗାଲୁରୁ), ପୁରୀ-ସାନ୍ତ୍ରାଗାଚ୍ଛି(ହାୱଡ଼ା), ବିଶାଖାପଟନମ୍‌-କିରଣ୍ଡୁଲ ଭାୟା କୋରାପୁଟ ଏସ୍‌ଏଫ୍‌ଟି, ହବିବ୍‌ଗଞ୍ଜ(ଭୋପାଳ)-ପୁରୀ ଏସ୍‌ଏଫ୍‌ଟି, ସିକନ୍ଦରାବାଦ୍‌-ଗୌହାଟି, ବିଶାଖାପଟନମ୍‌-ସିକନ୍ଦରାବାଦ ଏସ୍‌ଏଫ୍‌ଟି, ବିଶାଖାପଟନମ୍‌-ତିରୁପତି ଏସ୍‌ଏଫ୍‌ଟି, କାଚେଗୁଡା-ବିଶାଖାପଟନମ୍‌-ତିରୁପତି ସ୍ପେଶାଲ୍‌, ତିରୁପତି-ବିଶାଖାପଟନମ୍‌ ଏସି ସ୍ପେଶାଲ୍‌, ୟଶୱନ୍ତପୁର-ବିଶାଖାପଟନମ୍‌ ତକ୍ରାଳ ଆଦି ରହିଛି । ଏହାବାଦ୍‌ ଆବଶ୍ୟକ ଓ ଚାହିଦା ଆଧାରରେ ଆହୁରି ଅଧିକ ଟ୍ରେନ୍‌ ଚଳାଚଳ ପାଇଁ ଯୋଜନା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ନିୟମିତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ କରାଯିବ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories