୯ଟି ଜିଲ୍କାରେ କାଳବୈଶାଖୀ ପାଇଁ ସତର୍କ ସୂଚନା
ଭୁବନେଶ୍ୱର : ଗୁରୁବାର ରାଜ୍ୟର ଉପକୂଳ ଓଡ଼ିଶା ସମେତ ୯ଟି ଜିଲ୍କାରେ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ରାୟଗଡା, କନ୍ଧମାଳ,ସୁନ୍ଦରଗଡ଼, ଅନୁଗୋଳ, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, କୁଆପଥର ବର୍ଷା ଓ ଘୂର୍ଣ୍ଣିଝଡ଼ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ୫୦-୬୦ କିମି ବେଗରେ ପବନ ବହିବାର ସମ୍ଭବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରର ହରିଚନ୍ଦନପୁର ଓ କେନ୍ଦୁଝରଗଡ଼, ଭଦ୍ରକର ବନ୍ତ ଓ ଆଖୁଆପଦା, ଜଗତସିଂହପୁର କୁଜଙ୍ଗ ଏବଂ ଯାଜପୁରର ଦାନଗଦିଠାରେ ୩ସେ.ମି ଲେଖାଁଏ ବର୍ଷା ରେକର୍ଡ କରାଯାଇଛି। ବୁଧବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ, କଟକ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହିତ ଦୀର୍ଘ ସମୟ ଧରି ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ତେଣୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।
ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।