www.samajalive.in
Sunday, December 14, 2025
26.1 C
Bhubaneswar

କ୍ୟାପିଟାଲ୍‌ ଥାନାରେ ହାଇଟେକ୍‌ ସେଲ୍‌

ଭୁବନେଶ୍ୱର, ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଜେରା ପ୍ରକୋଷ୍ଠ କ୍ୟାପିଟାଲ୍‌ ଥାନାରେ ଆରମ୍ଭ ହୋଇଛି । ବିଭିନ୍ନ ଅପରାଧରେ ଜଡ଼ିତ ଦୋଷୀ, ଅଭିଯୁକ୍ତ ଓ ସାକ୍ଷୀଙ୍କୁ ଜେରା ଓ ଅନୁସନ୍ଧାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଏହାର ପରିକଳ୍ପନା କରାଯାଇଛି ବୋଲି ଦ୍ୱୈତନଗରୀ ପୁଲିସ କମିଶନର ୱାଇ ବି ଖୁରାନିଆ କହିଛନ୍ତି । କମିଶନରେଟ୍‌ ପୁଲିସ ଅଧୀନରେ ଥିବା ଅନ୍ୟାନ୍ୟ ଥାନାରେ ପର୍ଯ୍ୟାୟକ୍ରମେ ଏଭଳି ଅତ୍ୟାଧୁନିକ ସେଲ୍‌ ଖୋଲିବ । ଏହି ପ୍ରକୋଷ୍ଠକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଅଭିଯୁକ୍ତ କିମ୍ବା ଦୋଷୀଙ୍କ ସମ୍ପର୍କୀୟ ଓ ଓକିଲ ବସିବାର ବ୍ୟବସ୍ଥା କରାଯାଇଛି । କୋର୍ଟଙ୍କ ଅନୁମତିକ୍ରମେ ସେଠାରୁ ସେମାନେ ଜେରା ପ୍ରକ୍ରିୟାକୁ ଦେଖିପାରିବେ । ଦ୍ୱିତୀୟ ଭାଗରେ ଅଭିଯୁକ୍ତ କିମ୍ବା ଦୋଷୀଙ୍କୁ ଜେରା କରାଯିବ ଏବଂ ତୃତୀୟ ଅଂଶରେ ଜେରାର ଦୃଶ୍ୟ ଶ୍ରାବ୍ୟ ରେକର୍ଡିଂ କରିବାର ବ୍ୟବସ୍ଥା ରହିବ । ଅନେକ ସମୟରେ ପୁଲିସ ଜେରା ସମୟରେ ଦୋଷ ସ୍ୱୀକାର କରିସାରିବା ପରେ ଅଭିଯୁକ୍ତ କିମ୍ବା ଦୋଷୀ କୋର୍ଟରେ ସ୍ୱୀକାରୋକ୍ତି ବଦଳାଇ ଦେଉଥିବା ଦେଖାଯାଉଛି । ଜେରା ବେଳେ ପୁଲିସ ଶାରୀରିକ ନିର୍ଯାତନା ଦେଇ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଥିବା ଦୋଷୀମାନେ କୋର୍ଟରେ ଅଭିଯୋଗ କରୁଛନ୍ତି । ଏଭଳି କ୍ଷେତ୍ରରେ ପୁଲିସ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ଏହି ହାଇଟେକ୍‌ ସେଲ୍‌ ସହାୟକ ହୋଇପାରିବ ବୋଲି କମିଶନର କହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories