www.samajalive.in
Monday, December 15, 2025
27.1 C
Bhubaneswar

ପି. ଗୁରୁରାଜାଙ୍କୁ ରୌପ୍ୟ ; ବ୍ୟାଡ୍‍ମିଣ୍ଟନରେ  ସହଜ ବିଜୟ, ହକିରେ ପରାସ୍ତ

ଗୋଲ୍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ଭାରତକୁ ମିଶ୍ରିତ ସଫଳତା ମିଳିଛି । ଭାରୋତ୍ତୋଳନରେ ପି. ଗୁରୁରାଜା ୫୬ କିଲୋଗ୍ରାମ ପୁରୁଷ ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଗୁରୁରାଜାଙ୍କର ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ । ଏହି ଇଭେଣ୍ଟରେ ମ୍ୟାଲେସିଆର ମହମ୍ମଦ ଇଜହାର ଅହମ୍ମଦ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ଶ୍ରୀଲଙ୍କାର ଲକମଲ ଚତୁରଙ୍ଗା ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷରେ ମିଶ୍ରିତ ଦଳଗତ ବ୍ୟାଡ୍‍ମିଣ୍ଟନରେ ୨ଟି ସହଜ ବିଜୟ ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତା’ର ଅଭିଯାନ ଆରମ୍ଭ କରିଛି। ଦୁଇ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନ ବିରୋଧରେ ଭାରତ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ସକାଳେ ହୋଇଥିବା ମୁକାବିଲାରେ ଶ୍ରୀଲଙ୍କାକୁ ୫-୦ ମ୍ୟାଚ୍‍ରେ ଭାରତ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‍ (ମିକ୍ସଡ୍‍ ଡବଲ୍ସ)ରେ ଭାରତର ପ୍ରଣବ ଜେରି ଚୋପ୍ରା ଓ ଋତ୍ୱିକା ଗାଡ୍ରେ ୨୧-୧୫, ୧୯-୨୧, ୨୨-୨୦ରେ ଶ୍ରୀଲଙ୍କାର ସଚିନ୍‍ ଡିଆସ୍‍ ଓ ତିଲିନି ପ୍ରମୋଦିକାଙ୍କୁ ପରାସ୍ତକରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ପରେ ଦେଶର ୧ନଂ ପୁରୁଷ ଖେଳାଳି କେ. ଶ୍ରୀକାନ୍ତ ସହଜରେ ୨୧-୧୬, ୨୧-୧୦ରେ ଶ୍ରୀଲଙ୍କାର ନିଲୁକା କରୁଣାରତ୍ନେଙ୍କୁ ପରାସ୍ତ କରିଥିଲେ। ପରେ ପୁରୁଷ ଡବଲ୍‍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍‍ଡୀ ଓ ଚିରାଗ ସେଟ୍ଟି ୨୧-୧୭, ୨୧-୧୪ରେ ଶ୍ରୀଲଙ୍କାର ଦିନୁକା କରୁଣାରତ୍ନ ଓ ବୁୱାନେକା ଗୁଣତିଳକଙ୍କୁ ପରାସ୍ତ କରିଥିଲେ। ପରେ ମହିଳା ସିଙ୍ଗଲ୍‍ସରେ ସାଇନା ନେହୱାଲ ସହଜରେ ୨୧-୧୮, ୨୧-୪ରେ ଶ୍ରୀଲଙ୍କାର ମଦୁସିଙ୍କା ବେରୁଏଲାଗେଙ୍କୁ ହରାଇଥିଲେ। ଭାରତ ୪-୦ରେ ଆଗୁଆ ହେବା ପରେ ଅଶ୍ୱିନୀ ପୋନପ୍ପା ଓ ଏନ୍‍. ସିକ୍କି ରେଡ୍‍ଡୀ ଶ୍ରୀଲଙ୍କା ଯୋଡ଼ିକୁ ୨୧-୧୨, ୨୧-୧୪ରେ ପରାସ୍ତ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ମୁକାବିଲାରେ ଟପ୍‍ ସିଡ୍‍ ଭାରତ ସହଜରେ ପାକିସ୍ତାନକୁ ୫-୦ ମ୍ୟାଚ୍‍ରେ ହରାଇଥିଲା। ପ୍ରଥମ ମ୍ୟାଚ୍‍ରେ ସାତ୍ତ୍ୱିକ ଓ ସିକ୍କି ରେଡ୍‍ଡୀ ୨୧-୧୦, ୨୧-୧୩ରେ ପାକିସ୍ତାନର ଇର୍ଫାନ୍‍ ଭଟ୍ଟି ଓ ପଲୱାସା ବସିରଙ୍କୁ ହରାଇଥିଲେ। ପରେ ବିଶ୍ୱର ୨ନଂ ଖେଳାଳି ଶ୍ରୀକାନ୍ତ ୨୧-୧୬, ୨୨-୨୦ରେ ମୁରାଦ୍‍ ଅଲୀଙ୍କୁ ପରାସ୍ତ କରିଥିଲେ। ପରେ ସାଇନା ୨୧-୭, ୨୧-୧୧ରେ ପାକିସ୍ତାନର ମାହୁର ସେହ୍‍ଜାଦଙ୍କୁ ହରାଇଥିଲେ। ପୁୁରୁଷ ଡବଲ୍‍ସରେ ପ୍ରଣବ ଜେରି ଚୋପ୍ରା ଓ ଚିରାଗ ସେଟ୍ଟି ପାକିସ୍ତାନର ଇର୍ଫାନ୍‍ ଭଟ୍ଟି ଓ ମୁରାଦ ଅଲୀଙ୍କୁ ୨୧-୯, ୨୧-୧୫ରେ ପରାସ୍ତ କରିଥିଲେ। ଶେଷ ମ୍ୟାଚ୍‍ରେ ଅଶ୍ୱିନୀ ପୋନପ୍ପା ଓ ଋତ୍ୱିକା ଗାଡେ ୨୧-୬, ୨୧-୧୦ରେ ମାହୁର ଓ ପାଲୱାସାଙ୍କୁ ପରାସ୍ତ କରିଥିଲେ। କିନ୍ତୁ ମହିଳା ହକିରେ ଭାରତ ୱେଲ୍ସଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି ।

- Advertisement -

ତେବେ ମହିଳା ହକିରେ ଭାରତ ୱେଲ୍ସଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି ।

 

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories