ଟ୍ରାଫିକ ପୁଲିସର ମହାନତା ; ନିରାଶ୍ରୟ ବୃଦ୍ଧାଙ୍କୁ ଦେଲେ ଆଶ୍ରା

0

ହାଇଦରାବାଦ : ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଅନେକ ସମୟରେ ସମାଲୋଚନା କରାଯାଉଥିବାବେଳେ ହାଇଦରାବାଦର ଜଣେ ଟ୍ରାଫିକ୍‌ ହୋମ୍‌ଗାର୍ଡଙ୍କ କାର୍ଯ୍ୟ ସାଧାରଣରେ ପ୍ରଶଂସାର ବିଷୟ ହୋଇଛି। ଜଣେ ପୁଲିସ କର୍ମଚାରୀର ହୃଦୟ କେତେ ଯେ କୋମଳ ତାହା ଏହି ଘଟଣାରୁ ବେଶ୍‌ ପ୍ରତିପାଦିତ ହୋଇଛି। ହାଇଦରାବାଦସ୍ଥିତ ଜବାହାରଲାଲ ନେହେରୁ ବୈଷୟିକ ବିଶ୍ୱବିଦ୍ୟାଳୟ (ଜେଏନଟିୟୁ) ନିକଟ ରାସ୍ତା କଡରେ ଅସହାୟ ଭାବେ ପଡିଥିବା ଜଣେ ବୃଦ୍ଧାଙ୍କୁ ଜଣେ ଟ୍ରାଫିକ ହୋମଗାର୍ଡ ଖାଦ୍ୟ କିଣି ଆଣି ନିଜ ହାତରେ ଖୁଆଇ ଦେବାର ଦୃଶ୍ୟ ସାଧାରଣରେ ପୁଲିସ ପ୍ରତି ଥିବା ମନୋଭାବକୁ ଭୁଲ୍‌ ପ୍ରମାଣିତ କରିଛି। କୁକାଟପଲ୍ଲି ଟ୍ରାଫିକ୍‌ ଥାନାରେ କାର୍ଯ୍ୟ କରୁଥିବା ହୋମ୍‌ଗାର୍ଡ ବି. ଗୋପାଳଙ୍କ ଏହି କାର୍ଯ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବାବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଇଛି। ଏପରିକି ହାଇଦରାବାଦ ପୁଲିସ କମିଶନର ଭିସି ସଜ୍ଜନର ଟ୍ରାଫିକ ହୋମଗାର୍ଡଙ୍କ ଏପରି ସଦୟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପରେ ଉକ୍ତ ବୃଦ୍ଧାଙ୍କୁ ଏବେ ଜରା ନିବାସକୁ ସ୍ଥାନାନ୍ତର କରାଯାଇଛି।

Leave A Reply