www.samajalive.in
Monday, December 15, 2025
24.1 C
Bhubaneswar

ଭୁବନେଶ୍ୱର ସତସଙ୍ଗ ବିହାର ସାମ୍ନା ଓଭର ବ୍ରିଜରୁ ରସୁଲଗଡ କଟକ ରାସ୍ତାରେ ନାହିଁ ନଥିବା ଜାମ୍‌

ଭୁବନେଶ୍ୱର -ସତସଙ୍ଗ ବିହାର ସାମ୍ନା ୩୧୬ ନଂ ଜାତୀୟ ରାଜପଥ ରେଳ ଓଭର ବ୍ରିଜରୁ ରସୁଲଗଡ କଟକ ରାସ୍ତାରେ ନାହିଁ ନଥିବା ଭିଡ । ରାଜଧାନୀ ଭୁବନେଶ୍ୱର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜ ପଥରେ ପ୍ରତି ଘଣ୍ଟାରେ ହଜାର ହଜାର ଯାନବାହାନ ଦେଶର ବିଭିନ୍ନ ସ୍ଥାନକୁ ଯାତାୟତ କରୁଛି । କୋଲକାତା ଠାରୁ ଚେନ୍ନାଇ ପର୍ଯ୍ୟନ୍ତ ଭୁବନେଶ୍ୱର, ବିଶାଖାପାଟଣା ଅନେକ ସହରରୁ ଦୈନିକ ହଜାର ହଜାର ସଂଖ୍ୟାରେ ଆସୁଥିବା ଟ୍ରକ ଏବଂ ଅନ୍ୟ ଭାରିଯାନ ଏହି ରାସ୍ତାରେ ଯାଉଛି ।

ସତସଙ୍ଗ ବିହାର ସାମ୍ନା ଭିଏସ୍‌ଏସ୍‌ନଗର ନିକଟସ୍ଥ ଜାତୀୟ ରାଜପଥରେ ଏବେ ନୂଆକରି ଏକ ରେଳ ଓଭର ବ୍ରିଜ୍‌ କରାଯାଇଛି ।ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ବ୍ରିଜ୍‌ ଉପରେ ନାହିଁ ନଥିବା ଟ୍ରାଫିକ୍‌ ଜାମ୍ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି । ରବିବାର ରାତି ୧୦ ପରେ ମଧ୍ୟ ଏହି ଓଭର ବ୍ରିଜ୍ ଉପରେ ପ୍ରବଳ ଭିଡ ହୋଇଥିଲା । ଟ୍ରାଫିକ୍‌ ଜାମ୍‌ ଯୋଗୁଁ ଗାଡି ମଟରଙ୍କ ଲମ୍ବା ଲାଇନ୍‌ ଲାଗିଥିଲା । ଏପରି କି ମଟର ସାଇକେଲ୍‌ ବି ଯିବା କଷ୍ଟକର ଥିଲା ଏହି ରାସ୍ତା ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା । ରାତି ୧୧ଟାରେ ମଧ୍ୟ ସମାନ ପରିସ୍ଥିତି ଦେଖିବା ପାଇଁ ମିଳିଥିଲା । ପୁଲିସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଏଠାରେ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବେଳେ ବେଳେ ଅତ୍ଯଧିକ ଗାଡି ଏବଂ ବ୍ରିଜରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ବେଳେ ବେଳେ ପ୍ରବଳ ଜାମ୍ ପରିଲକ୍ଷିତ ହେଉଛି । ତେବେ ଏହି ସ୍ଥାନରେ ଯାନବାହାନ ଚଳାଚଳ ପାଇଁ ଉତ୍ତମ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories