www.samajalive.in
Monday, December 15, 2025
24.1 C
Bhubaneswar

ଆଦିମ ଜନଜାତି ପାଉଡି ଭୂୟାଁ ତାଲିମ ଶିବିର

କେନ୍ଦୁଝରଗଡ : ପାରମ୍ପରିକ ପାଉଡି ଭୂୟାଁ ମହାସଭା (ଡେରଙ୍ଗ ପୀଢ଼) ଏବଂ ସ୍ୱେଚାସେବୀ ଅନୁଷ୍ଠାନ ବନବାସୀ ଚେତନା ମଣ୍ଡଳ ମିଳିତ ସହଯୋଗରେ ପାଉଡି ଭୂୟାଁ ମାନଙ୍କର (ଡେରେଙ୍ଗ ପୀଢ଼)ର ଆବାସ ସ୍ଥଳି ଅଧିକାର ହାସଲ ପାଇଁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ସଶୋଧିତ ଜଙ୍ଗଲ ଅଧିକାର ଆଇନ-୨୦୧୩ର ଧାରା (୩) (୧) ଅନୁଯାୟୀ ପାରମ୍ପରିକ ଭାବେ ଜୀବନ ଜୀବୀକା ପାଇଁ ବ୍ୟବହାର କରି ଆସୁଥିବା ଧର୍ମପୀଠ, ପୂଜାପୀଠ, ଗ୍ରାମ୍ୟ ସାରେଣୀ ଜାହିରା, ଜଙ୍ଗଲ ଖଣ୍ଡ ସମୂହର ଏବଂ ଲଘୁ ବନଜାତ ଦ୍ରବ୍ୟ ସମୂହ ଓ ଝରଣା, ନଦୀ, ହ୍ରଦ, ଚଲାପଥ, ଗୋଚର, ଶ୍ମଶାନ, ମାଛ କଙ୍କଡା ଧରିବା ଅଧିକାର ପାଇବା ନିମନ୍ତେ ପାରମ୍ପରିକ ପୀଢ଼ନକ୍ସା ଗ୍ରାମନକ୍ସା ପ୍ରସ୍ତୁତ କରିବା ସହିତ ‘ଖ’ ଫର୍ମ ଓ ‘ଗ’ ଫର୍ମ ପୂରଣ ପାଇଁ ବାଂଶପାଳ ବ୍ଲକ କୁଆଁର ପଞ୍ଚାୟତ ତେମରା ଗ୍ରାମରେ ଶନିବାର ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ୧୪ଟି ରାଜସ୍ୱ ଗ୍ରାମ ଓ ୧୬ଟି ପଡାର ମୋଟ ୫୯ଜଣ ବିଭିନ୍ନ ଜଙ୍ଗଲ ଜମି ଅଧିକାର କମିଟି ସଦସ୍ୟ ସଦସ୍ୟା ଏହି ତାଲିମ ଶିବିରରେ ଯୋଗଦେଇ ପ୍ରଶିକ୍ଷିଣ ନେଇଥିଲେ । ଆରସିଡିସି ଭୁବନେଶ୍ୱରର ଗୋଷ୍ଠୀ ସଙ୍ଗଠନ ଚର୍ତୁଭୁଜ ନାଏକ ଏହି ଶିବିରକୁ ପରିଚାଳନା କରିଥିବା ବେଳେ ବନବାସୀ ଚେତନା ମଣ୍ଡଳ ସମ୍ପାଦକ ବୀରବର ନାଏକ ଶିବିରାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଡେରେଙ୍ଗ ପୀଢ଼ ସଭାପତି କିଶୋର କଟେଇ, ଡେରେଙ୍ଗ ପୀଢ଼ ସର୍ଦ୍ଦାର ତମାଳ ପ୍ରଧାନ ଏବଂ ସମସ୍ତ ପୀଢ଼ର ସର୍ଦ୍ଦାର ମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories