www.samajalive.in
Monday, December 15, 2025
16.1 C
Bhubaneswar

ଆଇପିଏଲ୍‌ ମହାସମର: ଆଜି ରାଜସ୍ଥାନ-କଲକାତା ଲଢ଼େଇ

କଲକାତା : ମଙ୍ଗଳବାର ଇଡେନ୍‌ ଗାର୍ଡେନ୍‌ସରେ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ ୬ଟିରୁ ୫ଟି ମ୍ୟାଚ୍‌ ଜିତି ଶୀର୍ଷରେ ଥିବାବେଳେ କେକେଆର୍‌ ୫ଟିରୁ ୪ଟି ମ୍ୟାଚ୍‌ ଜିତି ୨ୟ ସ୍ଥାନରେ ରହିଛି। ତେଣୁ ମଙ୍ଗଳବାର ଯେଉଁ ଦଳ ଜିତିବ । ଏହା ଶୀର୍ଷ ସ୍ଥାନରେ ରହିବ। ରାଜସ୍ଥାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ କେକେଆର୍‌ର ସୁନୀଲ ନାରାୟଣଙ୍କ ସ୍ପିନ୍‌ର ମୁକାବିଲା କରିବାକୁ ପଡ଼ିବ। ଗତ ୧୨ ବର୍ଷ ହେଲା ନାରାୟଣ କେକେଆର୍‌ ପାଇଁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଗୌତମ ଗମ୍ଭୀରଙ୍କ ପରାମର୍ଶରେ ନାରାୟଣଙ୍କ ବୋଲିଂରେ ଆହୁରି ଉନ୍ନତି ଘଟିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ବିପକ୍ଷରେ ୧/୧୯ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପକ୍ଷରେ ୧/୧୭ ବୋଲିଂ ଫିଗର ନାରାୟଣ ହାସଲ କରିଛନ୍ତି। ମଝି ଓଭରରେ ରନ୍‌ ରୋକିବାରେ ସିଦ୍ଧହସ୍ତ ପ୍ରମାଣିତ ହୋଇଛନ୍ତି ନାରାୟଣ। ମଙ୍ଗଳବାରର ମ୍ୟାଚ୍‌​‌ରେ  ଫର୍ମରେ ଥିବା ରାଜସ୍ଥାନ ରୟାଲ୍‌ସର ବ୍ୟାଟ୍‌ସମ୍ୟାନ୍- ସଞ୍ଜୁ ସାମ୍‌ସନ, ରିୟାନ୍ ପରାଗ ଓ ସିମ୍ରନ୍ ହେତ୍‌ମେୟରଙ୍କୁ ରୋକିବା ନାରାୟଣଙ୍କ ପାଇଁ ବଡ଼ ଆହ୍ବାନ ହେବ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories