www.samajalive.in
Saturday, December 6, 2025
15.1 C
Bhubaneswar

କରଜରୁ ମିଳିବ ମୁକ୍ତି; ମୁଖ୍ୟ ଦ୍ୱାରରେ ଏପରି ଲେଖନ୍ତୁ …

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ‘ଶ୍ରୀ’ ଏବଂ ଓମ୍‌‌’ ଶଦ୍ଦର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମକୁ ବିଶ୍ୱାସ କରୁଥିବା ବ୍ୟକ୍ତି ‘ଶ୍ରୀ ଏବଂ ଓମ୍‌‌’ଙ୍କୁ ପୂଜା ମଧ୍ୟ କରିଥାନ୍ତି। ଓମ୍‌‌ଙ୍କୁ ପୂଜା କରିବା ଦ୍ୱାରା ଅନେକ ପ୍ରକାର ସକରାତ୍ମକ ଶକ୍ତି ମିଳିଥାଏ। ଅନେକ ସମୟରେ ଦେଖିବାକୁ ମିଳେ ଯେ ଲୋକମାନେ ସେମାନଙ୍କ ଘର ବାହାରେ ଓମ୍‌‌ ଏବଂ ଶ୍ରୀ ଶଦ୍ଦର ଯନ୍ତ୍ର ସ୍ଥାପିତ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘର ପାଇଁ ଶୁଭଙ୍କର ହୋଇଥାଏ। ଜ୍ୟୋତିଷଙ୍କ ମତରେ ଯଦି ଘରର ମୁଖ୍ୟ ଦ୍ୱାରରେ କିଛି ଶୁଭ ସଙ୍କେତ ଦିଆଯାଏ ତେବେ ଘର ଏବଂ ପରିବାର ପ୍ରତି ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ପଡିଥାଏ। ‘ଶ୍ରୀ’ ଶଦ୍ଦ ଘରର ମୁଖ୍ୟ ଦ୍ୱାରରେ ଲେଖିବାର ଅନେକ ପ୍ରକାର ଲାଭ ହୋଇଥାଏ।

କେମିତି କରିବେ ଶ୍ରୀରାମଙ୍କ ପୂଜା: ଜାଣନ୍ତୁ ପୂଜା ପାଇଁ ଶୁଭମୁହୂର୍ତ୍ତ

- Advertisement -

ଧାର୍ମିକ ଗ୍ରନ୍ଥ ଏବଂ ଜ୍ୟୋତିଷ ଶାସ୍ତ୍ରରେ ‘ଶ୍ରୀ’ର ଅର୍ଥ ହେଉଛି ମାତା ଲକ୍ଷ୍ମୀ। ଏଭଳି ପରିସ୍ଥିତିରେ ଘରର ମୁଖ୍ୟ ପ୍ରବେଶ ପଥରେ ଆପଣ ଯଦି ‘ଶ୍ରୀ’ପ୍ରତୀକ ତିଆରି କରିବେ ତେବେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ। ଏହାସହିତ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ, ଘରେ ଥିବା ଆର୍ଥିକ ସମସ୍ୟା ଦୂର ହେବ। ଖାଲି ସେତିକି ନୁହେଁ ଯଦି ଆପଣ ଧାରକରଜରେ ବୁଡିକି ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇପାରିବେ। ‘ଶ୍ରୀ’ ଧନ ବୃଦ୍ଧିର ପ୍ରତୀକ ଅଟେ। ଶ୍ରୀ ଶଦ୍ଦ ଲେଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରେ। ରାହୁଙ୍କ ଖରାପ ପ୍ରଭାବ ଶେଷ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଘରର ଦ୍ୱାରରେ ରହିଥାନ୍ତି। ମୁଖ୍ୟ ଦ୍ୱାରରେ ଶ୍ରୀ ଲେଖିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ।

ଜାତକରେ ଏହି ସ୍ଥାନରେ ଶନି ରହିଲେ ରାଜା ଭଳି ମିଳେ ଜୀବନ, ହୋଇଥାଏ ଧନ ବୃଦ୍ଧି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories