ଯାଜପୁର: କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଫେରାର କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କଏଦୀ ହେଲେ କାଳିଆପାଣି ଥାନା ପନାସିଆର ଶୁକ୍ରା ମୁଣ୍ଡା। ଟିବି ରୋଗରେ ଆକ୍ରାନ୍ତ ଥିବାରୁ କଏଦୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଏସସିବି ମେଡିକାଲରୁ ଚମ୍ପଟ ମାରିଥିଲା କଏଦୀ।



