ତୃତୀୟ ସାମ୍ମୁଖ୍ୟ ପାଇଁ ଦିଲ୍ଲୀରେ ମମତା

0

କଲକାତା : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ଏକ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପ୍ରୟାସ ଆରମ୍ଭ କରିଛନ୍ତି । ଏ କ୍ରମରେ ସେ ୪ ଦିନିଆ ଗସ୍ତରେ ଯାଇ ଦିଲ୍ଲୀରେ ପହଞ୍ଚିଛନ୍ତି । ସେଠାରେ ସେ ଅନେକ ରାଜନୈତିକ ଦଳର ନେତାଙ୍କୁ ଭେଟିବେ । ଜାତୀୟ କଂଗ୍ରସ ଦଳ (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାୱାର, ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ଯାଦବ, ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ, ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) ଅଧ୍ୟକ୍ଷ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ବିରୋଧୀ ଦଳଗୁଡ଼ିକର ଅନେକ ବରିଷ୍ଠ ନେତାଙ୍କୁ ମାମତାଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଟିଏମ୍‌ସିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ବିରୋଧୀଙ୍କୁ ଏକାଠି କରିବାକୁ ଯାଇ ଦିଲ୍ଲୀରେ ପହଞ୍ଚିଥିବା ମମତା ବାନାର୍ଜୀ ପୂର୍ବ ସହଯୋଗୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବେ ନାହିଁ । ସେପଟେ କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ଯେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଟିଏମ୍‌ସି ନେତ୍ରୀ ମମତାଙ୍କୁ ଭେଟିବାକୁ ଆମନ୍ତ୍ରଣ କରିଥିଲେ। ମମତା ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି । ଟିଏମ୍‌ସି ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଏସବୁ ଦୃଷ୍ଟିରୁ ମମତା ତୃତୀୟ ସାମୁଖ୍ୟର ମୁଖ୍ୟ ହେବା ପ୍ରଚେଷ୍ଟାରେ ଅଛନ୍ତି ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ବ୍ୟକ୍ତ କରିଛନ୍ତି ।

Leave A Reply