ସର୍ବାଧିକ ଭୋଟ୍‍ ବ୍ୟବଧାନରେ ତୃଣମୂଳ ପ୍ରାର୍ଥୀ ବିଜୟୀ

0

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦୁଲାଲ ଦାସ ମାହେସ୍ତାଲା ବିଧାନସଭା ଉପ-ନିର୍ବାଚନରେ ସର୍ବାଧିକ ୬୨,୮୨୫ଟି ଭୋଟ୍‍ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଦୁଲାଲ୍‍ଙ୍କୁ ମୋଟ ୧,୦୪,୮୧୮ଟି ଭୋଟ୍‍ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସୁଜିତ ଘୋଷଙ୍କୁ ୪୧,୯୯୩ଟି ଭୋଟ ମିଳିଛି। ୨୦୧୬ରେ ଦୁଲାଲ୍‍ଙ୍କ ପତ୍ନୀ କସ୍ତୁରୀ ଦାସ ଏହି ଆସନରୁ ୧୨,୪୫୨ ଭୋଟ୍‍ ବ୍ୟବଧାନରେ ବିଜୟଲାଭ କରିଥିଲେ। ତାଙ୍କ ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave A Reply