www.samajalive.in
Monday, December 15, 2025
24.1 C
Bhubaneswar

ସୁନ୍ଦରୀ କଲା ବଳଦ ଶିକାର, ଆଜି କରାଯାଇପାରେ ଟ୍ରାଙ୍କୁଲାଇଜ୍‍

ଅନୁଗୁଳ : ’ସୁନ୍ଦରୀ’ର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସେ ଆଉ ଏକ ବଳଦ ଶିକାର କରିଛି। ଟାଇଁସି ନିକଟରେ ଥିବା କୁମୁରୀ ଗାଁରେ ଏହି ଘଟଣା ଘଟିଛି। ରବିବାରରେ ଜଣେ ବ୍ୟକ୍ତିଙ୍କୁ ସୁନ୍ଦରୀ ମାରିବା ସହ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା। କିଛି ମାସ ଧରି ଗୋଟିଏ  ପରେ ଗୋଟିଏ  ଶିକାର କରିବାରୁ ରବିବାର ଠାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରେ ଆକ୍ରମଣ କରିଥିଲେ। ମୃତ ଦେହକୁ ରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ। ଢେଲା ପଥର ମାଡ଼ କରିବା ସହ ନିଆଁ  ଲଗାଇ ବସ ଟ୍ରକ  ମଧ୍ୟ ଜାଳି ଥିଲେ। ବାଘୁଣୀ ପାଇଁ ଏହି ଅଞ୍ଚଳରେ ଉତ୍ତେଜନା ବଢିବାରେ ଲାଗିଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‍ କରି ଏନ୍‍କ୍ଲୋଜର ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍‍ କରିବା ପାଇଁ ରବିବାର ରାତିରୁ ଅନୁଗୁଳରେ ବିଷେଶଜ୍ଞ ଟିମ୍‍ ପହଞ୍ଚିଛନ୍ତି। ଏହି ଟିମରେ ଓୟୁଏଟି ଓ ନନ୍ଦନକାନନର ବିଷେଶଜ୍ଞ ଡ଼ାକ୍ତର ଅଛନ୍ତି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories