www.samajalive.in
Monday, December 15, 2025
24.1 C
Bhubaneswar

ଦୂର୍ଗାପୁର ଗଣଦୁଷ୍କର୍ମ ମାମଲାରେ ହେବ ଟିଆଇ ପରେଡ୍‌

କୋଲକାତା – ଦୂର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲାରେ ଦୁର୍ଗାପୁର କୋର୍ଟ ଅଭିଯୁକ୍ତମାନଙ୍କର ଟେଷ୍ଟ ଆଇଡେଣ୍ଟିଫିକେସନ୍ (TI) ପରେଡ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣା ଅକ୍ଟୋବର ୧୦ ତାରିଖରେ ଘଟିଥିଲା ​​ ପୀଡିତା ଏବଂ ତାଙ୍କ ସହପାଠୀ ୱାସେଫ୍ ଅଲି ରାତ୍ରୀଭୋଜନ ପାଇଁ ସେମାନଙ୍କ ମେଡିକାଲ୍ କଲେଜ କ୍ୟାମ୍ପସ୍ ବାହାରକୁ ଯାଇଥିବା ସମୟରେ ଏହି ଗଣ ଦୁଷ୍କର୍ମ ହୋଇଥିଲା ।

- Advertisement -

ଅଭିଯୁକ୍ତମାନଙ୍କ ମଧ୍ୟରୁ ତିନି ଜଣ ଏକ ନିର୍ଜନ ଜଙ୍ଗଲ ଅଞ୍ଚଳରେ ଏହି ଦୁଇ ଜଣଙ୍କୁ ଦେଖିଥିଲେ । ସେମାନେ ପ୍ରଥମେ ଟଙ୍କା ଦାବି କରିଥିଲେ। । ପୁରୁଷ ବନ୍ଧୁ ଟଙ୍କା ଆଣିବା ପାଇଁ   ଯାଇଥିବା ସମୟରେ, ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରେ ଆଉ ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ।   ପୀଡିତାଙ୍କ ଫୋନ୍ ଅଭିଯୁକ୍ତମାନେ ଛଡାଇ ନେଇଥିଲେ ।

ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ସହ ଡାକ୍ତରୀ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ଟିଆଇ ପରେଡ୍‌ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories