www.samajalive.in
Tuesday, December 9, 2025
26.1 C
Bhubaneswar

ଗଳାରେ ମାଛ କଣ୍ଟା ଅଟକି ରହିଛି କି ? କରନ୍ତୁ ଏହି ଉପାୟ

ଯଦି ଆପଣ ମାଛ ଖାଇବାକୁ ପସନ୍ଦ କରୁ ଥାଆନ୍ତି, ତେବେ ବେଳବେଳେ ଏହି ପସନ୍ଦ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଖାଇବା ସମୟରେ ଅସାବଧାନତା ଯୋଗୁଁ ମାଛର କଣ୍ଟା ଗଳାରେ ଅଟକି ଯାଏ, ଯେତେ ଚେଷ୍ଟା କଲେ ମଧ୍ୟ କଣ୍ଟା ବାହାରେ ନାହିଁ । ଏହା ଦ୍ବାରା ଅନେକ କଷ୍ଟ ଭୋଗିବାକୁ ପଡିଥାଏ । କୌଣସି ଖାଦ୍ୟ ଖାଇଲେ ଏବଂ ତରଳ ପଦାର୍ଥ ପିଇବା ସମୟରେ କଷ୍ଟ ଅନୁଭବ ହୋଇଥାଏ । ଏହା ସହ କଥା କହିବା ବେଳେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।​‌ ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରୀ । ହେଲେ ତାହା ପୂର୍ବରୁ ଏହି କଷ୍ଟରୁ ଉପଶମ ପାଇବା ପାଇଁ କିଛି ଘରୋଇ ଉପାୟ ମଧ୍ୟ ଆପଣାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ …..

ଜୋରରେ କାଶିବା : ମାଛ କଣ୍ଟା ଗଳାରେ ଲାଗିଥିଲେ ଜୋରରେ କାଶି ଦିଅନ୍ତୁ । ଏହା ଦ୍ବାରା କଣ୍ଟା ବାହାରକୁ ଚାଲି ଆସିବ ।

- Advertisement -

ପାଉଁରୁଟି : ଯଦି ଗଳାରେ କଣ୍ଟା ରହି ଯାଇଛି ତେବେ ପାଉଁରୁଟିକୁ ଓଦା କରି ଗିଳି ଦଅନ୍ତୁ । ଏହା ଦ୍ବାରା କଣ୍ଟା ତଳକୁ ଖସି ଯିବ ବା ପେଟକୁ ଚାଲିଯିବ ।

ଭାତ : ଗରମ ଭାତକୁ ଏକ ବଲ୍ ଆକାରର କରି ଗିଳି ଦିଅନ୍ତୁ । ଯଦି ଗୋଟିଏ ଥରରେ କଣ୍ଟା ଯାଉନାହିଁ, ତେବେ ୩ରୁ ୪ ଥର ଏଭଳି କରନ୍ତୁ ।

ରୁଟି : ଯଦି ଗରମ ଭାତ ନାହିଁ , ତେବେ ରୁଟିରେ ମଧ୍ୟ ଏଥିରୁ ମୁକ୍ତି ପାଇ ପାରିବେ । ସୁଖିଲା ରୁଟିକୁ ଅଳ୍ପ ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା କଣ୍ଟା ତଳକୁ ଖସିଯିବ ।

ପାଚିଲା କଦଳୀ : ଗଳାରୁ ମାଛ କଣ୍ଟା ଖସାଇବା ପାଇଁ ପାଚିଲା କଦଳୀକୁ ନ ଚୋବାଇ ଏକା ସାଙ୍ଗରେ ଗିଳି ଦିଅନ୍ତୁ । କଦଳୀ ସହ ମାଛ କଣ୍ଟା ମଧ୍ୟ ପେଟକୁ ଚାଲିଯିବ ।

ଏତତ୍ ବ୍ୟତୀତ ଅଲିଭ୍ ତେଲ ଏବଂ ଭିନେଗାର ମାଧ୍ୟମରେ ମଧ୍ୟ ମାଛ କଣ୍ଟା ଗଳାରୁ ବାହାର କରାଯାଇ ପାରିବ । ଏହି ସବୁ ଉପାୟ ଆପଣାଇବା ପରେ ମଧ୍ୟ ଯଦି କଣ୍ଟା ତଳକୁ ଖସୁ ନାହିଁ ଅଥବା ବାହାରୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories