www.samajalive.in
Monday, December 15, 2025
24.1 C
Bhubaneswar

ଶୌଚାଳୟର ଏହି ସବୁ ଜିନିଷ, ଶରୀର ପାଇଁ ହୋଇଥାଏ କ୍ଷତିକାରକ

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୪୫% ଲୋକଙ୍କ ଧାରଣା ଯେ ଶୌଚାଳୟର କମୋଡ୍ କାରଣରୁ ଜୀବାଣୁ ବ୍ୟାପିଥାଏ। ପ୍ରକୃତରେ କିନ୍ତୁ ଘଟଣା କିଛି ଭିନ୍ନ। ଶୌଚାଳୟରେ ଏଭଳି ଅନେକ ଜିନିଷ ଅଛି, ଯାହା ଆମ ସ୍ବାସ୍ଥ୍ୟ ପାଇଁ ସବୁଠୁ ଅଧିକ କ୍ଷତିକାରକ।

୬୫%ରୁ ଅଧିକ ଲୋକେ ଶୌଚାଳୟକୁ ସ୍ମାର୍ଟଫୋନ୍ ନେଇ ଯାଇଥାନ୍ତି। ହାତ ସଫା ନ କରି ମଧ୍ୟ ଅନେକ ସେଠାରେ ବସି ସ୍ମାର୍ଟଫୋନରେ କଥାବାର୍ତ୍ତା ହୁଅନ୍ତି କିମ୍ବା ନେଟ୍ ସର୍ଫିଂ କରନ୍ତି । ମୋବାଇଲ କଭର ଜରିଆରେ ହିଁ ଜୀବାଣୁ ବ୍ୟାପିଥାନ୍ତି। ସେଥିପାଇଁ ଯଦିଓ ଶୌଚାଳୟରେ ଫୋନ୍ ବ୍ୟବହାର କରୁଛନ୍ତି, ପରେ ତୁରନ୍ତ ଏହାକୁ ସଫା କରିନେବା ଉଚିତ।

- Advertisement -

ଶୌଚାଳୟରେ ଥିବା ହ୍ୟାଣ୍ଡୱାଶ୍ କାରଣରୁ ମଧ୍ୟ ଜୀବାଣୁ ବ୍ୟାପିଥାଏ। ଏଣୁ ପ୍ରତି ସପ୍ତାହରେ ଅନ୍ତତଃ ଥରୁଟିଏ ଏହି ହ୍ୟାଣ୍ଡୱାଶକୁ ଭଲଭାବେ ପାଣିରେ ସଫା କରିବା ଆବଶ୍ୟକ।

ଶୌଚାଳୟର ନଳରେ ମଧ୍ୟ ଜୀବାଣୁ ଲାଗି ରହିଥାନ୍ତି। ଭଲଭାବେ ହାତ ଧୋଇଲେ ଯେ ହାତ ସଫା ହେଲା, ଏହି ଧାରଣା ମନରୁ ବାହାର କରନ୍ତୁ। ରୀତିମତ ସ୍କ୍ରବରରେ ଏହି ନଳକୁ ସଫା କରିବା ଉଚିତ।

ଟାୱେଲ୍ କିମ୍ବା ଲୁଗାପଟା ଥାକ ସ୍ନାନାଗାରରେ ଥିଲେ, ନିୟମିତ ତାହା ସଫା କରିବା ଭଲ। ନଚେତ୍ ସେଠାରେ ମଧ୍ୟ ଅପରିଷ୍କାର ହୋଇ ଜୀବାଣୁ ବ୍ୟାପିଥାଏ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories