www.samajalive.in
Sunday, December 14, 2025
16.1 C
Bhubaneswar

ସୁରକ୍ଷା ଓ ନିରାପତ୍ତା ପାଇଁ ସବୁଠି ସ୍ଥାପିତ ହେବ ସିସିଟିଭି କ୍ୟାମେରା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ମୁଖ୍ୟ କାର୍ଯ୍ୟାଳୟରେ ନିଗମର ବିଭିନ୍ନ ଗୋଦାମର କାର୍ଯ୍ୟକଳାପ ଉପରେ ଆଜି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମୀକ୍ଷା କରିଛନ୍ତି। ଗୋଦାମ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଓ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଗୋଦାମ ଗୃହଗୁଡ଼ିକରେ ବ୍ୟାପକ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି।

ଗୋଦାମ ପରିଚାଳନା ବ୍ୟବସ୍ଥା ଭଳି ଆଧୁନିକ ଜ୍ଞାନ କୌଶଳକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନିଗମର ସାମଗ୍ରିକ ଦକ୍ଷତା ଓ କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ମାନ୍ୟବର ମନ୍ତ୍ରୀ ।

- Advertisement -

ପ୍ରଭାବଶାଳୀ ତଦାରଖ ଓ କେନ୍ଦ୍ରୀୟ ପରିଚାଳନା ପାଇଁ ମୁଖ୍ୟ କାର୍ଯ୍ୟାଳୟରେ ଏକ କେନ୍ଦ୍ରୀୟ ପରିଚାଳନା ୟୁନିଟ୍ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ବ୍ୟବସାୟ ନିମନ୍ତେ ପରିବହନ ସେବା, କୀଟ ନିୟନ୍ତ୍ରଣ ସେବାକୁ ପ୍ରାଧାନ୍ୟ ଦେବାକୁ ବୈଠକରେ ନିଷ୍ପତି ହୋଇଥିଲା। ରାଜସ୍ୱ ବୃଦ୍ଧି ପାଇଁ ଅଭିନବ ପନ୍ଥା ଆପଣାଇବାକୁ ଗୁରୁତ୍ୱାରୋପ କରାଯାଇଥିଲା। ବଜାରର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରି ଅଧିକ ଚାହିଦା ଥିବା ଅଂଚଳରେ ଅନ୍ତର୍ଜାତୀୟ ମାନଦଣ୍ଡର ନୂତନ ଗୋଦାମ ଗୃହ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଓଡ଼ିଶାର ବର୍ଦ୍ଧିତ ଭଣ୍ଡାର ଚାହିଦାକୁ ପୂରଣ ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ନିଗମର ପରିଚାଳନା ନିର୍ଦ୍ଦେଶକ ଓ ଅଧିକାରୀମାନେ ମନ୍ତ୍ରୀଙ୍କ ପରାମର୍ଶକୁ ବାସ୍ତବ ରୂପ ଦେବାକୁ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ।

ଏହି ବୈଠକରେ ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀ ଅମର ନାୟକ, ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାଶ, ମାନନୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ସଚିବ ଶ୍ରୀମତୀ ରଞ୍ଜିତା ସାହୁ, ବିତ୍ତ ପରାମର୍ଶଦାତା ଶ୍ରୀମତୀ ସ୍ମିତାଞ୍ଜଳୀ ସ୍ୱାଇଁ, ମୁଖ୍ୟ ସାଧାରଣ ପ୍ରବନ୍ଧକ ସୁପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories