www.samajalive.in
Monday, December 8, 2025
14.1 C
Bhubaneswar

ସୁରକ୍ଷା ଓ ନିରାପତ୍ତା ପାଇଁ ସବୁଠି ସ୍ଥାପିତ ହେବ ସିସିଟିଭି କ୍ୟାମେରା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ମୁଖ୍ୟ କାର୍ଯ୍ୟାଳୟରେ ନିଗମର ବିଭିନ୍ନ ଗୋଦାମର କାର୍ଯ୍ୟକଳାପ ଉପରେ ଆଜି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମୀକ୍ଷା କରିଛନ୍ତି। ଗୋଦାମ କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଓ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଗୋଦାମ ଗୃହଗୁଡ଼ିକରେ ବ୍ୟାପକ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି।

ଗୋଦାମ ପରିଚାଳନା ବ୍ୟବସ୍ଥା ଭଳି ଆଧୁନିକ ଜ୍ଞାନ କୌଶଳକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ନିଗମର ସାମଗ୍ରିକ ଦକ୍ଷତା ଓ କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ମାନ୍ୟବର ମନ୍ତ୍ରୀ ।

- Advertisement -

ପ୍ରଭାବଶାଳୀ ତଦାରଖ ଓ କେନ୍ଦ୍ରୀୟ ପରିଚାଳନା ପାଇଁ ମୁଖ୍ୟ କାର୍ଯ୍ୟାଳୟରେ ଏକ କେନ୍ଦ୍ରୀୟ ପରିଚାଳନା ୟୁନିଟ୍ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ବ୍ୟବସାୟ ନିମନ୍ତେ ପରିବହନ ସେବା, କୀଟ ନିୟନ୍ତ୍ରଣ ସେବାକୁ ପ୍ରାଧାନ୍ୟ ଦେବାକୁ ବୈଠକରେ ନିଷ୍ପତି ହୋଇଥିଲା। ରାଜସ୍ୱ ବୃଦ୍ଧି ପାଇଁ ଅଭିନବ ପନ୍ଥା ଆପଣାଇବାକୁ ଗୁରୁତ୍ୱାରୋପ କରାଯାଇଥିଲା। ବଜାରର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରି ଅଧିକ ଚାହିଦା ଥିବା ଅଂଚଳରେ ଅନ୍ତର୍ଜାତୀୟ ମାନଦଣ୍ଡର ନୂତନ ଗୋଦାମ ଗୃହ ନିର୍ମାଣ ପାଇଁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଓଡ଼ିଶାର ବର୍ଦ୍ଧିତ ଭଣ୍ଡାର ଚାହିଦାକୁ ପୂରଣ ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ନିଗମର ପରିଚାଳନା ନିର୍ଦ୍ଦେଶକ ଓ ଅଧିକାରୀମାନେ ମନ୍ତ୍ରୀଙ୍କ ପରାମର୍ଶକୁ ବାସ୍ତବ ରୂପ ଦେବାକୁ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ।

ଏହି ବୈଠକରେ ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀ ଅମର ନାୟକ, ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାଶ, ମାନନୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ସଚିବ ଶ୍ରୀମତୀ ରଞ୍ଜିତା ସାହୁ, ବିତ୍ତ ପରାମର୍ଶଦାତା ଶ୍ରୀମତୀ ସ୍ମିତାଞ୍ଜଳୀ ସ୍ୱାଇଁ, ମୁଖ୍ୟ ସାଧାରଣ ପ୍ରବନ୍ଧକ ସୁପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories