www.samajalive.in
Sunday, December 7, 2025
26.1 C
Bhubaneswar

ଋଣଗ୍ରହୀତାଙ୍କ ଗୃହ ଋଣ ପିଏନ୍‌ବି ମେଟ୍‌ ଲାଇଫ୍‌ ଦ୍ୱାରା ପରିଶୋଧ କରିଛି

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇଥିବା ଜନୈକ ବ୍ୟକ୍ତିଙ୍କର ମୃତ୍ୟୁପରେ ପିଏନ୍‌ବି ମେଟ ଲାଇଫ୍‌ ତାଙ୍କ ଋଣ ରାଶି ପରିଶୋଧ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଶବନ୍ତ ସାହୁ ନାମକ ଜନୈକ ବ୍ୟକ୍ତି ପିଏନ୍‌ବି କିମ୍ସ ଶାଖାରୁ ୬୩,୦୩,୫୦୪ ଟଙ୍କାର ଗୃହ ଋଣ ନେଇଥିଲେ । ଏଥିସହ ସେ ପିଏନ୍‌ବି ମେଟ ଲାଇଫ୍‌ କ୍ରେଡିଟ୍‌ ପଲିସି ବୀମା ମଧ୍ୟ କରିଥିଲେ ।

ଋଣଗ୍ରହୀତାଙ୍କର ଗତ ତା୩୦.୦୪.୨୦୨୩ରେ ଅଚାନକ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ସ୍ୱର୍ଗତଃ ସାହୁଙ୍କ ମୃତ୍ୟୁପରେ ପରେ ଏହି ବୀମା ପଲିସି ଥିବା ଯୋଗୁ ତାଙ୍କ ପରିବାରକୁ ଋଣ ରାଶି ପଇଠ କରିବାକୁ ପଡିନଥିଲା । ଏହି ବୀମା ରାଶିରୁ ତାଙ୍କ ଋଣରେ ଥିବା ବକେୟା ଅର୍ଥ ପଇଠ ହୋଇଥିବା କଥା ଜଣାପଡିଛି । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବ୍ୟାଙ୍କରେ ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ଉଦୟ ଭାସ୍କର ରେଡ୍ଡୀ, ସର୍କଲ ମୁଖ୍ୟ ଏଲ୍‌. କେ. ମିଶ୍ର, ଭୁବନେଶ୍ୱର ପିଏଲ୍‌ପି ମୁଖ୍ୟ ମିତାଲୀ ସାମନ୍ତରାୟ, ପିଏନ୍‌ବି କିମ୍ସ ଶାଖାର ଶାଖା ମୁଖ୍ୟ ପଲ୍ଲବ ଦାଶ, ପିଏମ୍‌ଏଲଆଇ ଚ୍ୟାନେଲ ମୁଖ୍ୟ ସଲ୍ଲାଉଦ୍ଦିନ କର ଓ ପିଏମ୍‌ ଏଲ୍‌ ଆଇ କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories