www.samajalive.in
Sunday, December 7, 2025
23.1 C
Bhubaneswar

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ଭୁଲିଗଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରୁନି। ତାରିଖ ବାରମ୍ବାର ବଦଳୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ନୂଆ ରୂପ ନେଇପାରୁନି। କୁଳପତି ଓ କୁଳସଚିବ ନିଯୁକ୍ତି ପ୍ରକ୍ରିୟା ଫାଇଲ ଭିତରେ ଅଟକିଛି। ବିଶ୍ବବିଦ୍ୟାଳୟରେ ନୂଆ ବିତ୍ତ ନିୟନ୍ତ୍ରକ (ସିଏଫ୍‌)ଙ୍କୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଓ କୁଳସଚିବ ଯୋଗ ଦେଇ ନଥିବାବେଳେ ନବନିଯୁକ୍ତ ବିତ୍ତ ନିୟନ୍ତ୍ରକ ମଧ୍ୟ ଫେରିଯାଇଛନ୍ତି। ନିକଟରେ ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପାଇଥିବାବେଳେ ୩ ବିଶ୍ବବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁଲି ଯାଇଥିବା ଛାତ୍ରଛାତ୍ରୀ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଅଭିଯୋଗ ହେଉଛି। କେବେ କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତ ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୮ରେ ଏହି ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଆଇନ ସାମ୍ମୁଖ୍ୟ ବୈଠକରେ ଘୋଷଣା କରିଥିଲେ। ଚଳିତବର୍ଷ ମାର୍ଚ୍ଚରେ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗପକ୍ଷରୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଥିଲା। ପରେ କୁଳସଚିବ, କୁଳପତି ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ବିତ୍ତ ନିୟନ୍ତ୍ରକ ନିଯୁକ୍ତ ହୋଇଥିଲେ ହେଁ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଫେରିଯାଇଛନ୍ତି। କୁଳପତି ମନୋନୟନ ଅଟକିଥିବାବେଳେ କୁଳସଚିବ ନିଯୁକ୍ତି ମଧ୍ୟ ହୋଇପାରୁନି।

- Advertisement -

କୁଳପତି ନିଯୁକ୍ତି ପାଇଁ ଉତ୍କଳ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ପ୍ରଫେସର ତାଲିକା ବିଭାଗ ପକ୍ଷରୁ ମଗାଯାଇଥିଲା। ତାଲିକା ଦାଖଲ ହୋଇଥିଲେ ମଧ୍ୟ କୁଳପତି ନିଯୁକ୍ତି ହୋଇପାରୁନି। ୨୦୨୦ ଜୁନ୍‌ ରେ କାର୍ଯ୍ୟକ୍ଷମ ହେବାକୁ ଘୋଷଣା କରାଯାଇ ଥିବାବେଳେ ତାକୁ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ କରିବାକୁ ଘୋଷଣା ହୋଇଥିଲା। ଦୁଇ ମାସ ଅତିକ୍ରାନ୍ତ ହୋଇଥିବା ବେଳେ ନୂଆ ତାରିଖ ପ୍ରକାଶ ପାଇନି। ନିକଟରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଭବାନିପାଟଣା କାର୍ଯ୍ୟକ୍ଷମ ହୋଇସାରିଛି। ଏହି ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ସଞ୍ଜୟ ମଲ୍ଲିକ କହିଛନ୍ତି ଯେ ରାଜ୍ୟ ସରକାର ଆଇନଶିକ୍ଷା ପାଇଁ ଏନ୍‌ଏଲ୍‌ୟୁକୁ ପ୍ରୋତ୍ସାହିତ କରି ଶିକ୍ଷାର ବ୍ୟବସାୟୀକରଣ କଲେ। ରାଜ୍ୟର ଗୌରବ ଓ ଐତିହାସିକ ଶିକ୍ଷାନୁଷ୍ଠାକୁ ସରକାର ଭୁଲିଯାଇଛନ୍ତି। ଏହା ଉଦାସୀନତା ମନୋଭାବକୁ ଦର୍ଶାଉଛି। ଶିକ୍ଷା ପ୍ରସଙ୍ଗକୁ ସରକାର ହାଲୁକା ଭାବେ ନେଉଛନ୍ତି। ଆଗାମୀଦିନରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ପାଇଁ ସଙ୍ଗଠନ ଆନ୍ଦୋଳନ କରିବ।
ଛାତ୍ର କଂଗ୍ରେସନେତା ନିରଞ୍ଜନ ଦାସ କହିଛନ୍ତି ରାଜ୍ୟ ସରକାର ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପ୍ରତି ଅବହେଳା କରୁଛନ୍ତି। ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରି ନପାରିବା ସରକାରଙ୍କ ଅପାରଗତାକୁ ପଦାରେ ପକାଉଛି। ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନକୁ ଚାଲୁ କରାଯାଇଥିବାବେଳେ ଆଇନ ବିଶ୍ବବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବପୋଷଣ କରାଯାଇଛି। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଆମ ସଙ୍ଗଠନ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ।

ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି। ଏହି ବିଶ୍ବବିଦ୍ୟାଳୟ ଆଇନ ବିଦ୍ୟାର୍ଥୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। କରୋନା ଯୋଗୁଁ କାର୍ଯ୍ୟକ୍ଷମ କାମରେ କିଛିଟା ବିଳମ୍ବ ହୋଇଛି। ସ୍ଥିତି ସୁଧୁରିଲେ ବିଶ୍ବବିଦ୍ୟାଳୟ କାମକୁ ତ୍ବରାନ୍ବିତ କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories