କାଲିଠୁ ବଢିବ ତାତି; ୨ରୁ ୩ ଡିଗ୍ରୀ ବଢିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠୁ ପୁଣି ବଢିବ ତାତି। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମାଲ’ ବାତ୍ୟାରେ ପରିଣତ ହୋଇଛି। ଓଡ଼ିଶାରେ ଏହାର ପ୍ରଭାବ ପଡିନାହିଁ। କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ। ଆଗାମୀ ୫ଦିନ ହିଟୱେଭ ସ୍ଥିତି ନଥିବା ବେଳେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ନେଇ ସୂଚନା ଦିଆଯାଇଛି।

Comments are closed.