www.samajalive.in
Monday, December 15, 2025
24.1 C
Bhubaneswar

ନାଁ ନନେଇ ପରୋକ୍ଷରେ ବୈଜୟନ୍ତଙ୍କ ଉପରେ ବର୍ଷିଲେ ନବୀନ

କେନ୍ଦ୍ରାପଡା: ୧୦ ବର୍ଷ ସାଂସଦ କରି ପଠାଇଥିଲି। ହେଲେ ଅଞ୍ଚଳ ପାଇଁ କି ଲୋକଙ୍କ ପାଇଁ କାମ କଲେ ନାହିଁ। ବରଂ ନିଜ କମ୍ପାନୀ ପାଇଁ କାମ କଲେ। ଏଭଳି କହି ଆଜି କେନ୍ଦ୍ରାପଡାରେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିବା ସହ ଜୁଲାଇରୁ ବିଜୁଳି ବିଲ୍‌‌ ଆସିବ ନାହିଁ ବୋଲି ନବୀନ କହିଛନ୍ତି। ବିଜେଡି ସରକାର ମାଗଣା ବିଜୁଳି ଦେବେ। ଏହାସହ ବିରୋଧୀ ଦଳ ମିଛ କହିବା ସହ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ରାପଡାରୁ ଜଣଙ୍କୁ ୧୦ବର୍ଷ ସାଂସଦ କରି ପଠାଇଥିଲୁ। ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କରିଥିଲେ। କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ୱାସଘାତକତା କଲେ କହି ପରୋକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ନବୀନ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories