ରାସ୍ତା ପାର୍ଶ୍ବରେ ଶୁଖିଲା ଗଛ, ବିପଦକୁ ଆମନ୍ତ୍ରଣ
ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥ ପାର୍ଶ୍ବରେ କଣ୍ଟାମଲି ନାଳ ପାଖରୁ ହାଣ୍ଡିଫୁଟା ଛକ ୩ କି.ମି ରାସ୍ତା ମଧ୍ୟରେ ୧୦ଟି ବିରାଟ ଶୁଖିଲା ଶାଳ ଗଛ ଦୀର୍ଘ ଦିନ ହେଲା ରହିଛି। କେତେବେଳେ ଯେ ଏହା ଖସିପଡିବ ପଥଚାରୀଙ୍କ ଉପରେ ତାହା କହି ହେବନାହିଁ। ଏହି ରାସ୍ତା ଦେଇ ପ୍ରତି ଦିନ ଶହଶହ ଗାଡ଼ି ମଟର ସହିତ ପାଦଚଲା ଲୋକ ଯାତାୟତ କରୁଛନ୍ତି। ଏ ସମ୍ପର୍କରେ ବିଭାଗୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଗଛଗୁଡିକ କାଟିବାର କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଦ୍ବାରା ଏହି ରାସ୍ତା ଦେଇ ଯାଉଥିବା ବାଟୋଇ ଗାଡି, ମଟର ଛାତ୍ରଛାତ୍ରୀମାନେ ଭୟ ଏବଂ ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏବିଷୟରେ ବନବିଭାଗକୁ ଜଣାଇଥିବା କହିଛନ୍ତି । କିନ୍ତୁ ଏବିଷୟରେ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ପୂର୍ତ୍ତ ବିଭାଗ ତରଫରୁ କୌଣସି ଚିଠି ଆସିନାହିଁ ଚିଠି ଆସିଲେ , ବିପଦସଙ୍କୁଳ ଅବସ୍ଥାରେ ଥିବା ଶୁଖିଲା ଗଛଗୁଡିକୁ ଖୁବଶୀଘ୍ର କାଟିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
Comments are closed.