ଆତଙ୍କବାଦୀ ଆକ୍ରମଣରେ ପୁଲିସ ଗୁରୁତର

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ଶନିବାର ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତ୍ରିଲୋକ ସିଂହ ନାମକ ଏହି ଏସ୍‌ପିଓ ଖାନାବଲ୍‌ ଅଞ୍ଚଳରେ କର୍ତ୍ତବ୍ୟରତ ଥିବାବେଳେ ବାଇକରେ ଆସିଥିବା ଦୁଇଜଣ ଆତଙ୍କବାଦୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତ୍ରିଲୋକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି। ପୁଲିସ ଓ ସିଆରପିଏଫ୍‌ ଯବାନ ସେହି ଅଞ୍ଚଳକୁ ଘେରାଉ କରି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

Leave A Reply