www.samajalive.in
Monday, December 8, 2025
14.1 C
Bhubaneswar

ଆତଙ୍କବାଦୀ ଏବଂ ପଥର ପିଙ୍ଗାଳିଙ୍କ ସହ ସଂଘର୍ଷରେ ଚଳିତ ବର୍ଷ ୪୧ ସୁରକ୍ଷା କର୍ମୀ ସହିଦ, ୯୦୭ ଆହତ

ନୂଆଦିଲ୍ଲୀ : କାଶ୍ମୀର ଘାଟିରେ ଚଳିତ ବର୍ଷ ଆତଙ୍କବାଦ ଏବଂ ପଥର ଫିଙ୍ଗା ଘଟଣାରେ ୨୦ ପୁଲିସ୍‍ କର୍ମୀଙ୍କ ସମେତ ଅନ୍ୟୁନ୍‍ ୪୧ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ଓ ୯୦୭ ଆହତ ହୋଇଛନ୍ତି। ସୋମବାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଆତଙ୍କବାଦୀ ଜନିତ ଘଟଣାରେ ୩୯ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ସେଥିମଧ୍ୟରେ ୧୭ ସୈନିକ, ୨୦ ପୁଲିସ୍‍ କର୍ମୀ ଏବଂ ୨ ଜଣ ସିଆରପିଏଫ ଯବାନ ଅଛନ୍ତି। ଆତଙ୍କବାଦ ଜନିତ ଘଟଣାରେ ୨୮ ସୈନ୍ୟ, ସିଆରପିଏଫର ୩୧ ଯବାନ ଏବଂ ୩୭ ପୁଲିସ୍‍ କର୍ମୀ ଆହତ ହୋଇଛନ୍ତି। ପଥର ଫିଙ୍ଗା ଘଟଣାରେ ସିଆରପିଏଫର ଦୁଇ ଯବାନ ସହିଦ ହୋଇଛନ୍ତି ଓ ୮୧୧ ଜଣ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଘାଟିରେ ପଥର ଫିଙ୍ଗା ଭଳି ୭୩୪ଟି ଘଟଣା ଘଟିଛି। ଏହାଦ୍ୱାରା ୫୯୨ ପୁଲିସ୍‍ କର୍ମୀ ଏବଂ ୨୧୯ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ପଥର ଫିଙ୍ଗା ଏବଂ ଆତଙ୍କବାଦ ଘଟଣାରେ ୩୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ୧୧୭ ଜଣ ଆହତ ହୋଇଛନ୍ତି।
ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ୨୫୬ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି ଓ ସେନା କାର୍ଯ୍ୟାନୁଷ୍ଠାନାରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ ୮ ସୁଦ୍ଧା ଜାମ୍ମୁ କାଶ୍ମୀରରେ ୧୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୩ ସୁରକ୍ଷା କର୍ମୀ ଏବଂ ୧୬ ନାଗରିକଙ୍କ ମୃତ୍ୟୁ ଘଟିଛି। ୨୦୧୭ରେ ୪୩୨ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା ଓ ବର୍ଷକ ମଧ୍ୟରେ ୨୧୩ ଆତଙ୍କବାଦୀ ନିପାତ ହୋଇଥିଲେ। ଗତ ବର୍ଷ ୮୦ ସୁରକ୍ଷା କର୍ମୀ ଏବଂ ୪୩ ନାଗରିକ ପ୍ରାଣ ହରାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories